ଏଣିକି ଦିଲ୍ଲୀରେ କାଠ ବଦଳରେ ଗୋବର ଘସିରେ ହେବ ଶବଦାହ

ଏଣିକି ଦିଲ୍ଲୀରେ କାଠ ବଦଳରେ ଗୋବର ଘସିରେ ହେବ ଶବଦାହ

www.indiatoday.in

ଦିଲ୍ଲୀ: ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ(ଏସ୍‌ଡିଏମ୍‌ସି) ଅଧୀନରେ ଥିବା ଅଞ୍ଚଳରେ ଏଣିକି କାଠରେ ନୁହେଁ ଗୋବର ଘସି(ଗୋବରରୁ ତିଆରି ଏକ ଜାଳେଣି)ରେ କରାଯିବ ଶବ ସତ୍କାର। ବିଜେପି ନେତୃତ୍ୱାଧୀନ ଏସଡିଏମସି ହାଉସରେ ଚଳିତ ସପ୍ତାହରେ ହୋଇଥିବା ଏକ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ବୋଲି ଏକ ବିବୃତି ଜାରି କରାଯାଇ କୁହାଯାଇଛି।

ଏ ନେଇ ଦକ୍ଷିଣ ଦିଲ୍ଲୀର ମେୟର ଅନାମିକା କହନ୍ତି କି ‘ଏଣିକି ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ(ଏସ୍‌ଡିଏମ୍‌ସି) ଅଧୀନରେ ଥିବା ଅଞ୍ଚଳରେ କାଠ ବଦଳରେ ଘସିରେ ଅନ୍ତିମ ସତ୍କାର କରାଯିବ। ଏସ୍‌ଡିଏମ୍‌ସି ଶବଦାହ କେନ୍ଦ୍ରରେ କାଠ, ଘସି ଓ ନଡ଼ା  ଆଦି ଉପଲବ୍ଧ ରହିବ।’

ସେ ଆହୁରି ବି କହିଛନ୍ତି ଯେ ଘସିଗୁଡ଼ିକର ଆକାର କ୍ଷୁଦ୍ରତମ ହୋଇଥିବାରୁ ଲୋକମାନେ ବେଶି କାଠକୁ ପସନ୍ଦ କରିଥାନ୍ତି। ସେହି କାରଣରୁ ଏବେ ଗୋବରରେ କାଠ ଗଣ୍ଡି ଆକାରର ଜାଳେଣି ପ୍ରସ୍ତୁତ କରିବାକୁ ପ୍ରସ୍ତାବ ରହିଛି।

ଏହି ଗୋବର ନିର୍ମିତ ବଡ଼ ଆକାରର ଜାଳେଣି ବିଶେଷ କରି ଅଭାବୀ ଲୋକଙ୍କ ପାଇଁ ବେଶି ଲାଭପ୍ରଦ ହେବ। ଗୋବର ଆମ ସଂସ୍କୃତି ସହ ଜଡ଼ିତ ବୋଲି ମଧ୍ୟ ବିବୃତିରେ କୁହାଯାଇଛି।

ଏସ୍‌ଡିଏମ୍‌ସିର ମେୟର କହିଛନ୍ତି କି ଏପରି ନିଷ୍ପତ୍ତିକୁ କିଛି ସାମାଜିକ ସଂଗଠନ ପକ୍ଷରୁ ସମର୍ଥନ ମିଳିଛି। ଏହି ସୁବିଧା ଖୁବ୍ ଶୀଘ୍ର ଲୋକମାନଙ୍କ ପାଇଁ ଉପଲବ୍ଧ ହେବ ବୋଲି ସେ ଆଶ୍ବାସନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe