ଜୈଲ ସିଂହଙ୍କ ବଙ୍ଗଳାରେ ଏବେ ‌ଦ୍ରୌପଦୀ ମୁର୍ମୁ

Advertisment
ସମ୍ବିଧାନର ସୁରକ୍ଷା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୁରୁଦାୟିତ୍ବ

nlrmp.com

ନୂଆଦିଲ୍ଲୀ : ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ଦୌପଦୀ ମୁର୍ମୁ ଅସ୍ଥାୟୀ ଭାବେ ରହୁଥିବା ୪, ପଣ୍ଡିତ ଉମାଶଙ୍କର ମାର୍ଗସ୍ଥିତ ବଙ୍ଗଳା ଏବେ ଚର୍ଚ୍ଚାରେ। ଓଡ଼ିଶା ଭବନ ଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂର‌ରେ ଥିବା ଏହି ବଙ୍ଗଳା ଏବେ ଚଳଚଞ୍ଚଳ। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଏଠାକୁ ଯାଇ ଶ୍ରୀମତୀ ମୁର୍ମୁଙ୍କୁ ସାକ୍ଷାତ କରିବା ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

ଏହି ବଙ୍ଗଳାର ପରିଚୟ ହେଲା ଭାରତର ଅଷ୍ଟମ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହ ୧୯୮୭ରେ ଅବସର ନେବା ପରେ ଏଠାରେ ରହୁଥିଲେ। ନଭେମ୍ବର ୧୯୯୪ରେ ଏକ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ଡିସେମ୍ବର ୨୫, ୧୯୯୪ରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ମନଜିତ ସିଂହ ଯିଏ କି ପେଷା‌ରେ ଜଣେ ଡାକ୍ତର, ଏଠାରେ ରହିଥିଲେ। ଏହି ବଙ୍ଗଳା ଯେତେବେଳେ ଜୈଲ ସିଂହଙ୍କୁ ଆବଣ୍ଟନ କରାଯାଇଥିଲା, ସେହି ସମୟରେ ବଙ୍ଗଳାର ନାମ ୪, ସର୍କୁଲାର ରୋଡ୍‌ ଥିଲା।

ପରବର୍ତ୍ତୀ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ କ୍ଷମତାରେ ଥିବା ସମୟରେ ୧୯୯୯ରେ ସର୍କୁଲାର ‌ରୋଡର ନାମ ପରିବର୍ତ୍ତନ କରିଥିଲେ। ତାଙ୍କ ଶ୍ବଶୁର ତଥା ପଶ୍ଚିମବଙ୍ଗ ଓ କର୍ଣ୍ଣାଟକର ପୂର୍ବତନ ରାଜ୍ୟପାଳ ପଣ୍ଡିତ ଉମା ଶଙ୍କର ଦୀକ୍ଷିତଙ୍କ ନାମରେ ଏହି ମାର୍ଗକୁ ସେ ନାମିତ କରିଥିଲେ। ସେହି ଦିନରୁ ଏହି ମାର୍ଗ ପଣ୍ଡିତ ଉମା ଶଙ୍କର ଦୀକ୍ଷିତ ମାର୍ଗ ନାମରେ ନାମିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe