ଜ୍ଞାାନବାପୀ ମସଜିଦ ପରେ ଏବେ କୁତବ ମିନାର ପାଳି, ଯାଞ୍ଚ ପରେ ମିଳିବ କି ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି

ଜ୍ଞାାନବାପୀ ମସଜିଦ ପରେ ଏବେ କୁତବ ମିନାର ପାଳି, ଯାଞ୍ଚ ପରେ ମିଳିବ କି ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି

ନୂଆଦିଲ୍ଲୀ: ଜ୍ଞାାନବାପି ମସଜିଦ ପରେ ଏବେ ଦିଲ୍ଲୀରେ ଥିବା କୁତବ ମିନାର ପାଳି। ବାରାଣସୀରେ ଥିବା ଜ୍ଞାାନବାପି ମସଜିଦରେ ହିନ୍ଦୁ ଦେବାବେଦୀ ଥିବା ନେଇ ଦାବି କରାଯିବା ପରେ ମସଜିଦର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଭିତରୁ ଶିବଲିଙ୍ଗ ମିିଳିବା ପରେ ଏବେ ଦିଲ୍ଲୀରେ ଥିବା କୁତବ ମିନାର ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। କିଛି ଦିନ ତଳେ ଏନେଇ ଦାବି ଜୋର ଧରିଥିବା ବେଳେ ଏବେ କୁତବ ମିନାରରେ ଖନନ କାମ ଆରମ୍ଭ ହେବ।

ସୂଚନାନୁସାରେ, କୁତବ ମିନାରରେ ଥିବ‌ା ମୂର୍ତ୍ତିମାନଙ୍କର ଆଇକନୋଗ୍ରାଫି କରାଯିବା ଉଚିତ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ ପରେ କୁତବ ମିନାର ପରିସରରେ ଖନନ କାମ ଆରମ୍ଭ ହେବା ସହ ଖନନ ଶେଷ ହେବା ପରେ ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ସଂସ୍କୃତି ମନ୍ତ୍ରାଳୟକୁ ରିପୋର୍ଟ ଦେବ। ଶନିବାର ଦିନ ଅଧିକାରୀଙ୍କ ସହ କୁତବ ମିନାର ପରିଦର୍ଶନ କରିବା ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ସଚିବ ଖନନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମିନାରର ଦକ୍ଷିଣରେ ଥିବା ମସଜିଦଠାରୁ ୧୫ ମିଟର ଦୂରରେ ଖନନ କାର୍ଯ୍ୟ ଆରମ୍ଭ ହେବ।

ତେବେ ଗତ କିଛି ଦିନ ହେଲାଣି ମୁସଲିମ ସ୍ମାରକୀର ନାଁ ବଦଳାଇବା ପାଇଁ ଦାବି ଜୋର ଧରିଛି। ଜ୍ଞାନବାପି ମସଜିଦ ସହ କୁତମ ମିନାର, ତାଜମହଲ ଭଳି ଐତିହାସିକ ସ୍ଥାନର ଯାଞ୍ଚ ପାଇଁ ଦାବି କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe