ଏବେ ୪ ବର୍ଷରେ ବିଏ କିଂବା ବିଏସ୍‌ସି ସହ ବିଏଡ୍‌

Advertisment
ଏବେ ୪ ବର୍ଷରେ ବିଏ କିଂବା ବିଏସ୍‌ସି ସହ ବିଏଡ୍‌

Image Courtesy of TOI

ନୂଆଦିଲ୍ଲୀ: ନୂତନ ଶିକ୍ଷାବର୍ଷ ଠାରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାସ୍‌ କରିଥିବା ଛାତ୍ରଛାତ୍ରୀମାନେ ଚାରି ବର୍ଷିୟ ବିଏ-ବିଏଡ୍‌ କିଂବା ବିଏସ୍‌ସି-ବିଏଡ୍‌ ପାଠ୍ୟକ୍ରମରେ ଯୋଗ ଦେଇପାରିବେ। ମାନବିକ ସମ୍ବଳ ବିକାଶ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ ଯେ ଇଞ୍ଜିନିୟରିଙ୍ଗ୍‌ ଓ ମେଡିସିନ୍‌ ଭଳି ବୃତ୍ତି ପାଇଁ ଧ୍ୟାନ ଦେଉଥିବା ଆଶାୟୀଙ୍କ ଭଳି ଶିକ୍ଷାକୁ ବୃତ୍ତି କରିବା ପାଇଁ ଲକ୍ଷ୍ୟ ରଖିଥିବା ଛାତ୍ରଛାତ୍ରୀଙ୍କ ସକାଶ ଏଭଳି ପଦକ୍ଷେପ ନିଆଯାଇଛି।

ସମ୍ପ୍ରତି ପ୍ରଚଳିତ ଦୁଇ ବର୍ଷିୟ ବିଏଡ୍‌ ପାଠ୍ୟକ୍ରମକୁ ଏକ ଚାରି ବର୍ଷିୟ ସମନ୍ଵିତି ଶିକ୍ଷକ ତାଲିମ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ଏହି ଯୋଜନା ଅନୁସାରେ କାର୍ଯ୍ୟ ଆରମ୍ଭ କରିବାକୁ ମନ୍ତ୍ରାଳୟ ନେସ୍‌ନାଲ୍‌ କାଉନ୍‌ସିଲ୍‌ ଫର୍‌ ଟିଚର୍ସ ଏଡୁକେସନ୍‌କୁ ଲେଖିଛି। ଏହି ନୂଆ ପାଠ୍ୟକ୍ରମ କଥା ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ତାଙ୍କ ବଜେଟ୍‌ ଅଭିଭାଷଣରେ ମଧ୍ୟ କହିଥିଲେ।

ଏନ୍‌ସିଟିଇ ସୂତ୍ରରୁ ପ୍ରକାଶ ଯେ ପୁର୍ନବିନ୍ୟାସ କରାଯାଇଥିବା ସମନ୍ଵିତ ବିଏ-ବିଏଡ୍‌ ଏବଂ ବିଏସ୍‌ସି-ବିଏଡ୍‌ ପାଠ୍ୟକ୍ରମ ଅଧିକ ପ୍ରାକ୍‌ଟିକାଲ୍‌ ଆଧାରିତ ହେବ। ଏଥିପାଇଁ ଏନ୍‌ସିଟିଇ ମାର୍ଚ ୨୦୧୮ ସୁଦ୍ଧା ଡ୍ରାଫ୍‌ଟ୍‌ ପ୍ରପୋଜାଲ୍‌ ଦାଖଲ କରିବ।

୨୦୧୮-୧୯ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ପାଠ୍ରକ୍ରମ ପାଇଁ ନୀତିନିୟମ ଚୂଡ଼ାନ୍ତ କରିବାର ସମ୍ଭାବନା ରହିଛି। ଏହାକୁ ଅନୁସରଣ କରି ବିଶ୍ୱବିଦ୍ୟାଳୟଗୁଡ଼ିକ ନାମଲେଖା ସମୟ ନିର୍ଦ୍ଧାରଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe