ଶ୍ରୀହରିକୋଟା: ଜୁଲାଇ ୩୦ ବୁଧବାର ଭାରତ ଏବଂ ସମଗ୍ର ବିଶ୍ୱ ପାଇଁ ଏକ ଐତିହାସିକ ଦିନ ପାଲଟିଛି। ନାସା ଏବଂ ଇସ୍ରୋର ମିଳିତ ପ୍ରକଳ୍ପ, ଏନଆଇଏସଏଆର(ନିସାର) (ନାସା-ଇସ୍ରୋ ସିନ୍ଥେଟିକ୍ ଆପର୍ଚର ରାଡାର) ସାଟେଲାଇଟ୍ ସଫଳତାର ସହ ଉତ୍କ୍ଷେପଣ କରାଯାଇଛି।
ଏହି ଉତ୍କ୍ଷେପଣ ସନ୍ଧ୍ୟା ୫ଟା ୪୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ କରାଯାଇଛି। ଏହାକୁ ଭାରତର ମହାକାଶ ବିଜ୍ଞାନରେ ଏକ ବଡ଼ ସଫଳତା ଭାବରେ ଦେଖାଯାଉଛି।
#WATCH | NASA-ISRO NISAR satellite onboard GSLV-F16 launched from Satish Dhawan Space Centre (SDSC) in Sriharikota, Andhra Pradesh
— ANI (@ANI) July 30, 2025
NISAR, or NASA-ISRO Synthetic Aperture Radar is a joint venture of ISRO and NASA and has been designed to provide a detailed view of the Earth to… pic.twitter.com/Cx942PCufJ
ଅଧିକ ପଢ଼ନ୍ତୁ: ସେନା ଗାଡ଼ି ଉପରେ ପଥର ଖସିଲା: ୨ ଅଧିକାରୀ ସହିଦ, ୩ ଗୁରୁତର ଆହତ
ପୃଥିବୀକୁ ନିରୀକ୍ଷଣ ପାଇଁ ଏନଆଇଏସଏଆର ଏକ ବୈପ୍ଲବିକ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଏହାକୁ ଭୂକମ୍ପ, ସୁନାମି, ଆଗ୍ନେୟଗିରି ଏବଂ ଭୂସ୍ଖଳନ ଭଳି ବିନାଶକାରୀ ପ୍ରାକୃତିକ ବିପର୍ଯ୍ୟୟର ସମୟୋଚିତ ସତର୍କତା ଦେବା ପାଇଁ ଡିଜାଇନ୍ କରାଯାଇଛି।
/filters:format(webp)/sambad/media/media_files/2025/07/30/screenshot-2025-07-30-181150-2025-07-30-18-12-20.png)
ଏହି ଉପଗ୍ରହକୁ "ପୃଥିବୀର ଏମଆରଆଇ ସ୍କାନର୍" ମଧ୍ୟ କୁହାଯାଉଛି କାରଣ ଏହା ପୃଥିବୀ ପୃଷ୍ଠର ସୂକ୍ଷ୍ମ ଚିତ୍ର ନେଇପାରି। ଏହା ମାତ୍ର ଏକ ସେଣ୍ଟିମିଟର ସ୍ତରରୁ ମଧ୍ୟ ପୃଥିବୀର ପରିବର୍ତ୍ତନଗୁଡ଼ିକୁ ଧରିପାରିବ।
ଅଧିକ ପଢ଼ନ୍ତୁ: ରେଖା-ଜୟା ନୁହନ୍ତି, ଅମିତାଭଙ୍କ ପ୍ରଥମ ପ୍ରେମ ଅନ୍ୟ ଜଣେ: ଜାଣନ୍ତୁ ସେ କିଏ...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/30/now-information-will-be-available-before-earthquakes-and-tsunamis-nisar-launch-from-sriharikota-2025-07-30-18-08-31.jpg)