ଲ୍ୟାଣ୍ଡଲାଇନ୍ ସ୍ବାଭାବିକ ହେଲା, ଇଣ୍ଟରନେଟ୍‌ ଏବେ ବି ବନ୍ଦ

Advertisment

ଏଯାଏଁ ଖୋଲିନି ଦୋକାନ

ଏଯାଏଁ ଖୋଲିନି ଦୋକାନ

ଚର୍ଚ୍ଚାରେ ମିସନ୍ କଶ୍ମୀର, କ’ଣ ‌ହୋଇପାରେ?

ଶ୍ରୀନଗର: କଶ୍ମୀର ଉପତ୍ୟକାର ଯୋଗାଯୋଗ ଉପରେ ଲଗାଯାଇଥିବା କଟକଣାକୁ କିଛିମାତ୍ରାରେ କୋହଳ କରାଯାଇଛି। ପରିସ୍ଥିତିରେ ଉନ୍ନତି ଆସିଥିବାରୁ ଅଧିକାଂଶ ସ୍ଥାନରେ ଲ୍ୟାଣ୍ଡଲାଇନ୍ ଟେଲିଫୋନ ସେବାକୁ ସ୍ବାଭାବିକ କରାଯାଇଛି। ଲ୍ୟାଣ୍ଡଲାଇନ୍ ସେବାକୁ ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ କରିବା ପାଇଁ କାର୍ଯ୍ୟ ଜାରି ରହିଛି। ଖୁବଶୀଘ୍ର ଅଧିକ ଲ୍ୟାଣ୍ଡଲାଇନକୁ ସଚଳ କରାଯିବ ବୋଲି ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ମୋବାଇଲ ଟେଲିଫୋନ୍ ସମେତ ଇଣ୍ଟରନେଟ୍ ସେବାକୁ ଏପର୍ଯ୍ୟନ୍ତ ଅଚଳ ରଖାଯାଇଛି।

ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶନିବାର ଉପତ୍ୟକାର କୌଣସି ସ୍ଥାନରେ ଅପ୍ରୀତିକର ଘଟଣା ଘଟିନାହିଁ। ପରିସ୍ଥିତିରେ ସୁଧାର ଆସୁଥିବା ବିଷୟକୁ ଦୃଷ୍ଟିରେ ରଖି ଲ୍ୟାଣ୍ଡଲାଇନ୍ ଟେଲିଫୋନ୍ ସୁବିଧା ଗ୍ରାହକଙ୍କୁ ଯୋଗାଇ ଦିଆଯାଇଛି। ଶ୍ରୀନଗର ସମେତ ଅନ୍ୟ କେତେକ ସ୍ଥାନରେ ଲ୍ୟାଣ୍ଡ‌ଲାଇନ୍ ସେବା ଯୋଗାଉଥିବା ଟେଲିଫୋନ୍ ଏକ୍ସଚେଞ୍ଜକୁ ଶନିବାର ସଂଧ୍ୟାରେ କାର୍ଯ୍ୟକ୍ଷମ କରାଯାଇଛି। ଅଳ୍ପ କିଛି ଅଞ୍ଚଳକୁ ଛାଡ଼ି ଦେଲେ ଉପତ୍ୟକାର ସମସ୍ତ ସ୍ଥାନରେ ଲ୍ୟାଣ୍ଡଲାଇନ୍ ଟେଲିଫୋନ ସେବାକୁ ପୁନଃ ଯୋଗାଇ ଦେବା ପାଇଁ କାର୍ଯ୍ୟ ଜାରି ରହିଛ। ଅଧିକାଂଶ ଅଞ୍ଚଳରେ ଖୁବଶୀଘ୍ର ଲ୍ୟାଣ୍ଡଲାଇନ ଟେଲିଫୋନ ସେବାକୁ ସ୍ବାଭାବିକ କରାଯିବ ବୋଲି କୁହାଯାଇଛି। କିନ୍ତୁ କଶ୍ମୀରର ବାଣିଜ୍ୟିକ ପେଣ୍ଠସ୍ଥଳ ଲାଲ ଚୌକ ଏବଂ ପ୍ରେସ ‌ଏନକ୍ଲେଭ ଅଞ୍ଚଳରେ ଲ୍ୟାଣ୍ଡଲାଇନ ଟେଲିଫୋନ ସେବାକୁ ବନ୍ଦ ରଖାଯାଇଛି। ଶନିବାର ପ୍ରମୁଖ ଶାସନ ସଚିବ ତଥା ସରକାରଙ୍କ ପ୍ରବକ୍ତା ରୋହିତ କନସଲ କହିଛନ୍ତି, ରବିବାର ସୁଦ୍ଧା ଅଧିକ ୮ଟି ଟେଲିଫୋନ୍ ଏକ୍ସଚେଞ୍ଜକୁ ସ୍ବାଭାବିକ କରାଯିବ। ତେବେ ହିଂସା ବ୍ୟାପିବା ଆଶଙ୍କାରେ ବିଏସ୍‌ଏନ୍‌ଏଲ୍‌ର ବ୍ରଡବ୍ୟାଣ୍ଡ୍ ଏବଂ ଘରୋଇ କମ୍ପାନିଙ୍କ ଲିଜ୍‌ଲାଇନ୍ ଇଣ୍ଟରନେଟ୍ ସେବାକୁ ଏପର୍ଯ୍ୟନ୍ତ କଶ୍ମୀର ଉପତ୍ୟକାରେ ବନ୍ଦ ରଖାଯାଇଛି। ପର୍ଯ୍ୟାୟକ୍ରମେ ସମସ୍ତ କଟକଣା ହଟିବ ବୋଲି କନ୍‌ସଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe