Livemint
ଲଣ୍ଡନ: ମହାମାରୀ କୋଭିଡ୍ର ଦ୍ବିତୀୟ ଲହର ସଂକ୍ରମଣ ଭାରତରେ ବିଭୀଷିକା ରଚାଇ ଚାଲିଛି ବୋଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସ୍ବୀକାର କରିଛନ୍ତି। ତେବେ ଏହି ଘାତକ କରୋନାଭୂତାଣୁ ସାରା ବିଶ୍ବ ପାଇଁ ଏକ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଛି ଏବଂ ଏଥିରେ କେହି କାହାର ମତଭେଦକୁ ବିଚାର ନକରି ଏକଜୁଟ ହୋଇ ଏହା ବିରୋଧରେ ଲଢ଼ିବା ପାଇଁ ଆଗେଇ ଆସିବାକୁ ସେ ଆହ୍ବାନ କରିଛନ୍ତି। ନିଜର ଦକ୍ଷତା ପୂର୍ବକ ବିଭିନ୍ନ ରାଷ୍ଟ୍ର ଏହି ଲଢ଼େଇରେ ସାମିଲ ହୋଇ ମହାମାରୀକୁ ହଟାଇବା ଲାଗି ସକାରାତ୍ମକ ଭୂମିକା ନିଭାଇବାକୁ ସେ ପରାମର୍ଶ କରିଛନ୍ତି।
ସେହିପରି ଭାରତରେ ସଂକ୍ରମଣର ବ୍ୟାପକତା ପାଇଁ ନିର୍ବାଚନ ପ୍ରଚାରକୁ ଅନେକ ଦାୟୀ କରୁଥିବା ବେଳେ ଭାରତ ଭଳି ଗାଣତନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନକୁ ଟାଳିଦେବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ବର୍ତ୍ତମାନ ପାଇଁ ସମସ୍ତ ଦେଶବାସୀଙ୍କର ଦ୍ରୁତ ଟିକାକରଣ ହିଁ ଶ୍ରେଷ୍ଠ ବିକଳ୍ପ ହୋଇଥିଲେ ହେଁ ଆମେ ଇଚ୍ଛା କଲେ ଆବଶ୍ୟକ ସଂଖ୍ୟକ ଟିକା ଠିକଣା ସମୟରେ ପାଇପାରିବୁ ନାହିଁ। କାରଣ ଆମେ ବିଶ୍ବସ୍ତରୀୟ ଏକ ଭେଷଜ ଶୃଙ୍ଖଳର ଅଂଶବିଶେଷ। ଆମ ଚାହିଦା ମୁତାବକ ବିପୁଳ ପରିମାଣର ଟିକା ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଡ଼ କରିବାର ନିର୍ଦ୍ଦିଷ୍ଟ ପନ୍ଥା ରହିଛି। ଭାରତ ସବୁ ଚ୍ୟାଲେଂଜକୁ ସାମ୍ନା କରି ଆଗକୁ ବଢ଼ିବ ବୋଲି ସେ କହିଛନ୍ତି।
Follow Us