ଅସ୍ୱୀକାର କଲା ପାକିସ୍ତାନ: ଦାଉଦ ଇବ୍ରାହିମ କରାଚିରେ ନାହିଁ, ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଭିତ୍ତିହୀନ

ଅସ୍ୱୀକାର କଲା ପାକିସ୍ତାନ: ଦାଉଦ ଇବ୍ରାହିମ କରାଚିରେ ନାହିଁ, ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଭିତ୍ତିହୀନ

Outlook India

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାର ପ୍ରମୁଖ ଅଭିଯୁକ୍ତ କୁଖ୍ୟାତ ଡନ୍ ଦାଉଦ ଇବ୍ରାହିମ ପାକିସ୍ତାନରେ ହିଁ ଅଛି ବୋଲି ଗତକାଲି ପାକିସ୍ତାନ ମାନିଥିଲା। କେବଳ ଏତିକି ନୁହେଁ ତାକୁ ଆତଙ୍କବାଦୀ ମଧ୍ୟ ଘୋଷଣା କରିଥିଲା। ପାକିସ୍ତାନ ଗତକାଲି ଯେଉଁ ୮୮ଟି ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କ ନେତାଙ୍କ ବିଷୟରେ ସୂଚନା ଦେଇ ସେମାନଙ୍କ ଉପରେ କଠୋର କଟକଣା ଲଗାଇଥିଲା ସେମାନଙ୍କ ମଧ୍ୟରେ ଦାଉଦ ଇବ୍ରାହିମର ନାଁ ରହିଥିଲା। ହେଲେ ପ୍ରଥମେ ଡନ୍ ଦାଉଦ ଇବ୍ରାହିମ ପାକିସ୍ତାନରେ ହିଁ ଅଛି ବୋଲି କହି ଏବେ ପାକିସ୍ତାନ ଦାଉଦ ଇବ୍ରାହିମର ଉପସ୍ଥିତିକୁ ଅସ୍ୱୀକାର କରିଛି। ଦାଉଦ ଇବ୍ରାହିମ ପାକିସ୍ତାନରେ ନାହିଁ ବୋଲି ସ୍ପଷ୍ଟ କରିଛି ପାକିସ୍ତାନ। ଏହା ସହ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଭିତ୍ତିହୀନ ବୋଲି ପାକିସ୍ତାନ କହିଛି।

ସୂଚନା ମୁତାବକ, ପାକିସ୍ତାନ ଗତକାଲି ଯେଉଁ ୮୮ଟି ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କ ନେତାଙ୍କ ବିଷୟରେ ସୂଚନା ଦେଇ ସେମାନଙ୍କ ଉପରେ କଠୋର କଟକଣା ଲଗାଇଛି ବୋଲି କହିଥିଲା ସେମାନଙ୍କ ମଧ୍ୟରେ ଦାଉଦ ଇବ୍ରାହିମର ନାଁ ରହିଥିଲା। ଅନ୍ୟ ଆତଙ୍କବାଦୀଙ୍କ ମଧ୍ୟ‌ରେ ଥିଲେ ହାଫିଜ ସୟୀଦ, ମାସୁଦ ଆଝାର ଏବଂ ଜକିଉର ରହେମାନ ଲଖଭୀ। ସେମାନଙ୍କର ସଂପତ୍ତିକୁ ବାଜ୍ୟାପ୍ତ କରାଯିବା ସହିତ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଜବତ କରାଯାଇଥିବା ପାକିସ୍ତାନ ପକ୍ଷରୁ ସୂଚନା ଦିଆଯାଇଥିଲା।

publive-image Deccan Herald

ଆତଙ୍କବାଦୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ପାକିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କରି ଦିଆଯିବ ବୋଲି ପ୍ୟାରିସ ସ୍ଥିତ ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫ୍‌ଏଟିଏଫ୍) ଧମକ ଦେବାପରେ ପାକିସ୍ତାନ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି। ପାକିସ୍ତାନ ଏହାର ମାଟିରେ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେବା ଏବଂ ଆନ୍ତର୍ଜାତିକ ଚାପରେ ସେମାନଙ୍କ ବିରୋଧରେ ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କିଛି ନୂଆ କଥା ନୁହେଁ। କିନ୍ତୁ ଦାଉଦ ଇବ୍ରାହିମ ପାକିସ୍ତାନରେ ହିଁ ରହିଛି ‌ବୋଲି ପ୍ରଥମ ଥର ପାକିସ୍ତାନ ସ୍ବୀକାର କରି ଏବେ ପୁଣି ଦାଉଦର ଉପସ୍ଥିତିକୁ ଅସ୍ବୀକାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe