ଏବେ ସାବରୀମାଳା ଯିବା ପାଇଁ ଭଡ଼ାରେ ମିଳିବ ବୁଲେଟ୍ ଓ ହାର୍ଲେ ଡେଭିଡସନ୍ ବାଇକ୍

ଏବେ ସାବରୀମାଳା ଯିବା ପାଇଁ ଭଡ଼ାରେ ମିଳିବ ବୁଲେଟ୍ ଓ ହାର୍ଲେ ଡେଭିଡସନ୍ ବାଇକ୍

newindianexpress.com

କୋଚି: ସାବରୀମାଳା ମନ୍ଦିର ଦର୍ଶନ ପାଇଁ ଯାଉଥିବା ତୀର୍ଥଯାତ୍ରୀଙ୍କ ପାଇଁ ବଡ଼ ସୁବିଧା ଆଣିଛନ୍ତି ଦକ୍ଷିଣ ରେଳପଥ। ଏବେ ତୀର୍ଥଯାତ୍ରୀମାନେ ଦର୍ଶନ ପାଇଁ ବୁଲେଟ ଭଡ଼ାରେ ନେଇ ପାରିବେ। ଚେଙ୍ଗାନ୍ନୁର ରେଳ ଷ୍ଟେସନରୁ ପମ୍ପା ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନେ ଗାଡ଼ି ଭଡ଼ାରେ ନେଇ ପାରିବେ। ଦକ୍ଷିଣ ରେଳପଥର ତ୍ରିଭେନ୍ଦ୍ରମ ଡିଭିଜନ ତୀର୍ଥଯାତ୍ରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଇଥିବା ଜଣାପଡ଼ିଛି। ଗୁରୁବାର ଏ ନେଇ ପାାଇଲଟ ପ୍ରକଳ୍ପ ଲଞ୍ଚ କରାଯାଇଥିବା ବେଳେ ମାସକ ମଧ୍ୟରେ ତ୍ରିଭେନ୍ଦ୍ରମ ଓ ପାଲାକ୍କଡ୍ ଡିଭିଜନରେ ଥିବା ମୁଖ୍ୟ ରେଳ ଷ୍ଟେସନରେ ଏହି ସୁବିଧା ଉବଲବ୍ଧ କରାଯିବ ବୋଲି ସୂଚନା ମିଳିଛି।

publive-image thrillophilia.com

ତ୍ରିଭେନ୍ଦ୍ରମ ଡିଭିଜନର ଡିଭିଜିନାଲ ବାଣିଜ୍ୟିକ ପ୍ରବନ୍ଧକ ବାଲାମୂରଲୀ ଏମଙ୍କ କହିବା ମୁତାବକ, ଚେଙ୍ଗାନ୍ନୁରରେ ଥିବା ଏକ ମୋଟରସାଇକେଲ କମ୍ପାନି କେଫେରାଇଡସ୍ ଏହି ଅଭିଯାନରେ ସାହାଯ୍ୟ କରିବ। ଗାଡ଼ି ଭଡ଼ାରେ ଦେଉଥିବା ଏହି କମ୍ପାନି ତୀର୍ଥଯାତ୍ରୀଙ୍କୁ ବାଇକ୍ ଭଡ଼ାରେ ଦେବ। ଏହି ନୂଆ ପ୍ରୋଜେକ୍ଟ ମାଧ୍ୟମରେ ତୀର୍ଥଯାତ୍ରୀମାନେ ରୟାଲ ଏନଫିଲଡ୍ ଓ ହାର୍ଲେ ଡେଭିଡସନ ବାଇକକୁ ଭଡ଼ାରେ ନେଇ ପାରିବେ। ପ୍ରଥମେ ୧୦ଟି ବୁଲେଟକୁ ଭଡ଼ାରେ ଦିଆଯିବା ପାଇଁ ଷ୍ଟେସନରେ ରଖାଯିବ। ଗୋଟେ ଦିନ ପାଇଁ ତୀର୍ଥଯାତ୍ରୀଙ୍କୁ ୧,୨୦୦ଟଙ୍କା ଭଡ଼ା ଦେବାକୁ ହେବ ବୋଲି ସେ କହିଛନ୍ତି। ଏହା ସହ ଚେଙ୍ଗା‌ନ୍ନୁର ରେଳ ଷ୍ଟେସନରେ ଏହି ସୁବିଧା ପ୍ରଥମେ ଆରମ୍ଭ ହେବା ସହ ମାସକ ମଧ୍ୟରେ ଏହା ଏର୍ଣ୍ଣାକୁଲମ, ଥିରୁବନନ୍ତପୁରମ୍, କୋଟ୍ଟାୟମ୍, ଅଲପ୍ପୁଝା ଓ ତ୍ରିସୂର ରେଳ ଷ୍ଟେସନରେ ଏହି ସୁବିଧା ଉପଲବ୍ଧ ‌ହେବ। ବାଇକ୍ ପରେ କାର ମଧ୍ୟ ଭଡ଼ାରେ ଦେବା ପାଇଁ ଯୋଜନା ଚାଲୁଥିବା କଥା କହିଛନ୍ତି ବାଲାମୂରଲୀ ଏମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe