ସିଏପିଏଫ୍‌ଙ୍କ ମୁତୟନ ବାବଦରେ ଏଣିକି ରାଜ୍ୟ ସରକାରଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ିବ; ନିର୍ଦ୍ଦେଶନାମା ଜାରି କଲେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ

ସିଏପିଏଫ୍‌ଙ୍କ ମୁତୟନ ବାବଦରେ ଏଣିକି ରାଜ୍ୟ ସରକାରଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ିବ; ନିର୍ଦ୍ଦେଶନାମା ଜାରି କଲେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ

Business Today

ନୂଆଦିଲ୍ଲୀ: ଏଣିକି ରାଜ୍ୟ ସରକାରମାନଙ୍କୁ ନିଜ ନିଜ ରାଜ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବାହିନୀ, ସେଣ୍ଟ୍ରାଲ ଆର୍ମଡ୍‌ ପାରାମିଲିଟାରି ଫୋର୍ସେସ୍‌ (ସିଏପିଏଫ୍‌)ଙ୍କ ମୁତୟନ ବାବଦରେ ଅଧିକ ଅର୍ଥରାଶି କେନ୍ଦ୍ର ସରକାରଙ୍କୁ ପୈଠ କରିବାକୁ ପଡ଼ିବ। ଆଜି କେନ୍ଦ୍ର ସରକାରଙ୍କର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏକଥା ଦେଶର ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି। ଏଥିସହ ସିଏପିଏଫ୍‌ ମୁତୟନ ବାବଦରେ ବିଭିନ୍ନ ରାଜ୍ୟ ସରକାରଙ୍କ ଉପରେ ବକେୟା ରହିଥିବା ଦେୟକୁ ମଧ୍ୟ ତୁରନ୍ତ ପୈଠ କରିଦେବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ତାଗିଦା କରାଯାଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବିଭିନ୍ନ ରାଜ୍ୟର ଅତ୍ୟନ୍ତ ବିପଦପୂର୍ଣ୍ଣ ଓ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଉଥିବା ସିଏପିଏଫ୍‌ ଯବାନମାନଙ୍କ ବାବଦରେ ରାଜ୍ୟ ସରକାରମାନଙ୍କୁ ଏଣିକି ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଅର୍ଥରାଶି କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବା ପାଇଁ ପଡ଼ିବ। ସଂପ୍ରତି ସିଏପିଏଫ୍‌ ଯବାନଙ୍କ ମୁତୟନ ବାବଦରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ରାଜ୍ୟ ସରକାରମାନଙ୍କ ଠାରୁ ବାର୍ଷିକ ୧୩ କୋଟି ଆଦାୟ କରୁଥିବା ବେଳେ ‘ହାଇ ରିସ୍କ’ ଓ ‘ହାର୍ଡସିପ୍‌’ ଅଞ୍ଚଳରେ ମୁତୟନ ହେଉଥିବା ସିଏପିଏଫ୍‌ ଯବାନଙ୍କ ବାବଦରେ ବାର୍ଷିକ ୩୪ କୋଟି ଟଙ୍କା ଆଦାୟ କରୁଛନ୍ତି।

publive-image Times of India

ତେବେ, ୨୦୨୩-୨୪ ବେଳକୁ ସିଏପିଏଫ୍‌ ଯବାନଙ୍କ ମୁତୟନ ବାବଦରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ରାଜ୍ୟ ସରକାରମାନଙ୍କ ଠାରୁ ବାର୍ଷିକ ୨୨ କୋଟି ଆଦାୟ କରିିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ବେଳେ ‘ହାଇ ରିସ୍କ’ ଓ ‘ହାର୍ଡସିପ୍‌’ ଅଞ୍ଚଳରେ ମୁତୟନ ହେଉଥିବା ସିଏପିଏଫ୍‌ ଯବାନଙ୍କ ବାବଦରେ ବାର୍ଷିକ ୪୨ କୋଟି ଟଙ୍କା ଆଦାୟ କରିବା ପାଇଁ ଲକ୍ଷ୍ୟ ରଖିଥିବା ଏହି ରିପୋର୍ଟରୁ ଜାଣିବା ପାଇଁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe