ଆଧାର ଲିଙ୍କ କଲାବେଳେ ଏଣିକି ଆଉ ଟିପ ଚିହ୍ନର ସ୍କାନ ନୁହେଁ, ସେଇଠି ଆଉଥରେ ଉଠାଇବାକୁ ପଡ଼ିବ ମୁହଁର ଫଟୋ

ଆଧାର ଲିଙ୍କ କଲାବେଳେ ଏଣିକି ଆଉ ଟିପ ଚିହ୍ନର ସ୍କାନ ନୁହେଁ, ସେଇଠି ଆଉଥରେ ଉଠାଇବାକୁ ପଡ଼ିବ ମୁହଁର ଫଟୋ

ନୂଆଦିଲ୍ଲୀ: ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ପକ୍ଷରୁ ପକ୍ଷରୁ ପ୍ରସ୍ତୁତ ଆଧାରର ଗୋପନୀୟତାକୁ ନେଇ ବିବାଦ ଓ ବିତର୍କ ଲାଗି ଲାଗିରହିଥିବା ବେଳେ ଏବେ କେତେକ ଅତ୍ୟାବଶ୍ୟକୀୟ ସେବା ହାସଲ ପାଇଁ ଆଧାର ଲିଙ୍କ୍‌ କଲାବଳେ ଏକ ନୂତନ ବ୍ୟବସ୍ଥାର ପ୍ରଚଳନ କରାଯିବ ବୋଲି ଜାଣିବାକୁ ମିଳିଛି। ଏଣିକି କେଓ୍ଵାଇସି ଜରିଆରେ ଆଧାର ଲିଙ୍କ୍‌ କଲାବେଳେ ଆଉ କାର୍ଡଧାରୀଙ୍କ ଟିପ ଚିହ୍ନକୁ ସ୍କାନ କରାଯିବ ନାହିଁ; ବରଂ କାର୍ଡଧାରୀଙ୍କ ମୁହଁର ଫଟୋକୁ ଆଉଥରେ ଉଠାଯିବା ସହ କାର୍ଡରେ ଥିବା ଫଟୋ ସହ ମିଳାଯାଇ ଯାଞ୍ଚ କରାଯିବ ବୋଲି ୟୁଆଇଡିଏଆଇ ପକ୍ଷରୁ ଘୋଷଣା କରାଯାଇଛି। ଏବଂ ଏଣିକି ଏହି ନୂତନ ନିୟମ ବା ବ୍ୟବସ୍ଥା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେବ ବୋଲି ନିଜ ଘୋଷଣାନାମାରେ କହିଛି ୟୁଆଇଡିଏଆଇ।

publive-image

ଏଣିକି ବ୍ୟାଙ୍କ୍‌ରେ ଖାତା ଖୋଲିବା ବେଳେ, ମୋବାଇଲ ସିମ୍‌ କାର୍ଡ କିଣିବା ବେଳେ ଏବଂ ବିଭିନ୍ନ ସରକାରୀ ଯୋଜନାର ସୁବିଧା ହାସଲ କଲାବେଳେ ଆଧାର ନମ୍ବର ସହ ସେହିଠାରେ ହିଁ ଆଧାରଧାରୀଙ୍କ ମୁହଁର ଫଟୋ ଉଠାଇବାକୁ ବାଧ୍ୟତାମୂଳକ କରିଦେଇଛି ୟୁଆଇଡିଏଆଇ। ପୂର୍ବରୁ ଆଧାରର ଯାଞ୍ଚକାଳରେ ଆଧାର କାର୍ଡଧାରୀଙ୍କ ଟିପ ଚିହ୍ନକୁ ସ୍କାନ କରାଯିବା ସହ କେତେକ କ୍ଷେତ୍ରରେ ସେମାନଙ୍କ ଆଖି ଡୋଳାର ମଧ୍ୟ ସ୍କାନ କରାଯାଉଥିଲା। ତେବେ, କେତେକ ଆଧାର କାର୍ଡ ଧାରୀ ବାର୍ଦ୍ଧକ୍ୟ କାରଣରୁ, ଏବଂ ଆଉ କେତେକ କ୍ଷେତ୍ରରେ ଅସୁସ୍ଥତା କାରଣରୁ ଟିପ ଚିହ୍ନର ସ୍କାନ କରାଇବାରେ ସମର୍ଥ ହୋଇ ପାରୁ ନଥିବା କାରଣରୁ ଏହି ଆଧାରର ଯାଞ୍ଚ ପାଇଁ ଏହି ନୂତନ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe