ଗର୍‌ବା କାର୍ଯ୍ୟକ୍ରମରେ ଚୁମ୍ବନ ପାଇଁ କ୍ଷମା ମାଗିଲେ ଏନ୍‌ଆର୍‌ଆଇ ଦମ୍ପତି

ଗୁଜରାଟର ଭଦୋଦରାରେ ଏକ ଗର୍‌ବା ପେଣ୍ଡାଲରେ ଅଷ୍ଟ୍ରେଲିଆର ଜଣେ ଭାରତୀୟ ବଂଶୋଦ୍ଭବ ଦମ୍ପତିଙ୍କ ଚୁମ୍ବନ ଭିଡିଓକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେବା ପରେ ଉକ୍ତ ଦମ୍ପତି କ୍ଷମା...

Untitled-7

ନୂଆଦିଲ୍ଲୀ :  ଗୁଜରାଟର ଭଦୋଦରାରେ ଏକ ଗର୍‌ବା ପେଣ୍ଡାଲରେ ଅଷ୍ଟ୍ରେଲିଆର ଜଣେ ଭାରତୀୟ ବଂଶୋଦ୍ଭବ ଦମ୍ପତିଙ୍କ ଚୁମ୍ବନ ଭିଡିଓକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେବା ପରେ ଉକ୍ତ ଦମ୍ପତି କ୍ଷମା ମାଗିଛନ୍ତି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି ଯେ ଆଖପାଖରେ କିଛି ଲୋକ ଥିବାବେଳେ ଉକ୍ତ ଦମ୍ପତି କାର୍ଯ୍ୟକ୍ରମରେ ପରସ୍ପରକୁ ଚୁମ୍ବନ ଦେଉଛନ୍ତି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓକୁ ଆପତ୍ତିଜନକ କହିଛନ୍ତି ଏବଂ ଏହା ନବରାତ୍ରୀ ଉତ୍ସବର ସାଂସ୍କୃତିକ ଏବଂ ଧାର୍ମିକ ପବିତ୍ରତାକୁ ଉଲ୍ଲଂଘନ କରୁଛି ବୋଲି ଦାବି କରିଛନ୍ତି।  ଭିଡିଓ ଭାଇରାଲ୍‌ ହେବାପରେ ଦମ୍ପତି ଏବଂ କାର୍ଯ୍ୟକ୍ରମ ପରିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।  ବିବାଦ ହେବାପରେ ଉକ୍ତ ଦମ୍ପତି ଏକ ଥାନାରେ ଲିଖିତ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ପରଦିନ ଅଷ୍ଟ୍ରେଲିଆକୁ ଫେରି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe