ଅନ୍ତର୍ଜାତୀୟ ବିମାନ ମଧ୍ୟରେ ଭାରତୀୟ ମହିଳା ଯାତ୍ରୀଙ୍କ ସମ୍ମୁଖରେ ଆପତ୍ତିଜନକ କାର୍ଯ୍ୟକରି ପ୍ରବାସୀ ଭାରତୀୟ ଗିରଫ

Advertisment
ଅନ୍ତର୍ଜାତୀୟ ବିମାନ ମଧ୍ୟରେ ଭାରତୀୟ ମହିଳା ଯାତ୍ରୀଙ୍କ ସମ୍ମୁଖରେ ଆପତ୍ତିଜନକ କାର୍ଯ୍ୟକରି ପ୍ରବାସୀ ଭାରତୀୟ ଗିରଫ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ଏକ ଅନ୍ତର୍ଜାତୀୟ ବିମାନ ମଧ୍ୟରେ ଆଜି (ସୋମବାର) ଜଣେ ଭାରତୀୟ ମହିଳା ଯାତ୍ରୀଙ୍କ କଡ଼ରେ ବସି ଜଣେ ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ) ଅପତ୍ତିଜନକ କାର୍ଯ କରିବା ଅଭିଯୋଗରେ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର ସୁରକ୍ଷା କର୍ମୀଙ୍କ ହାତରେ ଗିରଫ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଇସ୍ତାନ୍‌ବୁଲରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ତର୍କୀସ୍‌ ଏୟାରଲାଇନ୍ସର (ଟିକେ-୭୧୬) ନମ୍ବର ବିଶିଷ୍ଟ ଏକ ଅନ୍ତର୍ଜାତୀୟ ବିମାନରେ ଜନୈକା ଭାରତୀୟ ମହିଳା ଯାତ୍ରୀ ଏକୁଟିଆ ଯାତ୍ରା କରୁଥିଲେ। ବିମାନ ମଧ୍ୟରେ ସଂପୃକ୍ତା ମହିଳା ଯାତ୍ରୀଙ୍କ କଡ଼ ସିଟ୍‌ରେ ବସିଥିଲେ ଋଷିଆ ପାସ୍‌ପୋର୍ଟ ଧାରୀ ୫୮ ବର୍ଷ ବୟସ୍କ ଜନୈକ ପ୍ରବାସୀ ଭାରତୀୟ। ତେବେ, ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ପ୍ରବାସୀ ଭାରତୀୟ ଜଣକ ତାଙ୍କ ପ୍ୟାଣ୍ଟର ଚେନ୍‌ ଖୋଲିପକାଇବା ସହ  ସଂପୃକ୍ତା ଭାରତୀୟ ମହିଳା ଯାତ୍ରୀଙ୍କ ସମ୍ମୁଖରେ ଆପତ୍ତିଜନକ କାର୍ଯ୍ୟ କରିବାରେ ଲାଗି ପଡ଼ିଥିଲେ। ଏ ସଂପର୍କରେ ମହିଳା ଜଣଙ୍କ କ୍ୟାବିନ୍‌ କ୍ର୍ୟୁଙ୍କୁ ଅବଗତ କରାଇବା ପରେ କ୍ୟାବିନ୍‌ କ୍ର୍ୟୁ ସଂପୃକ୍ତ ପ୍ରବାସୀ ଭାରତୀୟଙ୍କୁ ତାଙ୍କ ସିଟ୍‌ରୁ ଉଠାଇ ଅନ୍ୟତ୍ର ବସାଇବା ସହ ବିମାନରେ ଜନୈକ ଗଣ୍ଡଗୋଳକାରୀ ଯାତ୍ରୀ ଯାତ୍ରା କରୁଛନ୍ତି ବୋଲି ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର କର୍ତ୍ତୃପକ୍ଷଙ୍କୁ ଏକ ବେତାର ବାର୍ତ୍ତାରେ ଜଣାଇ ଦେଇଥିଲେ।

publive-image

ପରେ ସଂପୃକ୍ତ ବିମାନଟି ଯେତେବେଳେ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର ଟର୍ମିନାଲ ନମ୍ବର ୩ରେ ଅବତରଣ କଲା ସେତେବେଳେ ବିମାନ ବନ୍ଦରରେ ମୁତୟନ ଥିବା ସିଆଇଏସ୍‌ଏଫ୍‌ ସୁରକ୍ଷା କର୍ମୀମାନେ ବିମାନଟିକୁ ଘେରିଯିବା ସହ ବିମାନ ମଧ୍ୟରେ ଥିବା ଅଭିଯୁକ୍ତ ପ୍ରବାସୀ ଭାରତୀୟଙ୍କୁ ଗିରଫ କରି ଦିଲ୍ଲୀ ପୁଲିସ୍‌କୁ ହସ୍ତାନ୍ତର କରିଥିଲେ। ପରେ, ଭାରତୀୟ ମହିଳା ଜଣକ ଦିଲ୍ଲୀ ପୁଲିସ୍‌ ନିକଟରେ ଘଟଣା ସଂପର୍କରେ ଲିଖିତ ଅଭିଯୋଗ କରିବା ପରେ ଦିଲ୍ଲୀ ପୁଲିସ୍‌ ଭାରତୀୟ ଦଣ୍ଡବିଧି ଆଇନ୍‌ରେ ୫୦୯ ଦଫାରେ ଅଭିଯୁକ୍ତ ପ୍ରବାସୀ ଭାରତୀୟଙ୍କ ବିରୋଧରେ ମାମଲା ରୁଜ୍ଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe