ଏନ୍‌ଆ‌ର୍‌ଆଇ କୋଟା‌ କେବଳ ଜାଲିଆତି: ସୁପ୍ରିମ୍‌କୋର୍ଟ

ମେଡିକାଲ କଲେଜ ନାମଲେଖାରେ ଏନ୍‌ଆରଆଇ କୋଟା ସଂଶୋଧନ ସଂକ୍ରାନ୍ତ ପଂଜାବ ସରକାରଙ୍କ ଏକ ଆବେଦନକୁ ଆଜି ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଏ ବାବଦ ଶୁଣାଣିରେ କୋର୍ଟ କହିଛନ୍ତି, ଏହି କୋଟା ବ୍ୟବସ୍ଥା  କେବଳ ଏକ ଜାଲିଆତି ଛଡ଼ା ଆଉ କିଛିନୁହେଁ।

supreme court1

ନୂଆଦିଲ୍ଲୀ: ମେଡିକାଲ କଲେଜ ନାମଲେଖାରେ ଏନ୍‌ଆରଆଇ କୋଟା ସଂଶୋଧନ ସଂକ୍ରାନ୍ତ ପଂଜାବ ସରକାରଙ୍କ ଏକ ଆବେଦନକୁ ଆଜି ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଏ ବାବଦ ଶୁଣାଣିରେ କୋର୍ଟ କହିଛନ୍ତି, ଏହି କୋଟା ବ୍ୟବସ୍ଥା  କେବଳ ଏକ ଜାଲିଆତି ଛଡ଼ା ଆଉ କିଛିନୁହେଁ।  ସୂଚନାଯୋଗ୍ୟ, ଏହି କୋଟା ଦ୍ବାର‌ା ଏମ୍‌ବିବିଏସ୍‌‌ରେ ଆଡମିସନ୍‌ ପାଇଁ ନିୟମରେ ହୋଇଥିବା  ସଂଶୋଧନକୁ ହାଇକୋର୍ଟ ରଦ୍ଦ କରିଦେବାପରେ ଏହାକୁ ବିରୋଧ କରି ପଂଜାବ ସରକାର  ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଜି ସୁପ୍ରିମ୍‌କୋର୍ଟ ପଂଜାବ ସରକାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ଏବଂ ଏହା କେବଳ  ଜାଲିଆତି ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ,  ପଂଜାବ ସରକାର ଅଗଷ୍ଟ ୨୦ ତାରିଖରେ ଏକ ବିଜ୍ଞପ୍ତି ଜାରି କରି ଏନ୍‌‌ଆର୍‌ଆଇଙ୍କ ସମ୍ପର୍କୀୟଙ୍କୁ  ଏହି କୋଟ‌ା ଅଧୀନରେ ଏମ୍‌ବିବିଏସ୍‌ରେ ଆଡମିସନ କରିବାପାଇଁ ଯୋଗ୍ୟ ବୋଲି କହିଥିଲେ।  ତେବେ ପଂଜାବ ଏବଂ ହରିୟାଣା ହାଇକୋର୍ଟ ଏହି ବିଜ୍ଞପ୍ତିକୁ ରଦ୍ଦ କରିଦେଇଥିଲେ।  ଏହାଦ୍ବାରା ବଡ଼ ଧରଣର ଅପବ୍ୟବହାର ହେବ ବୋଲି କୋର୍ଟ କହିଥିଲେ।  ଆଜି କୋର୍ଟରେ ଶୁଣାଣି ସମୟରେ ପଂଜାବ ସରକାରଙ୍କ ଆଇନଜୀବୀ କହିଥିଲେ, ହିମାଚଳପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ମଧ୍ୟ ନାମଲେଖାରେ ଏନ୍‌ଆରଆଇ କୋଟା ବ୍ୟବହାର ହେଉଛି।  ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏହାପରେ କହିଥିଲେ, ଆପଣ କହୁଛନ୍ତି ଯେ ଏନ୍‌ଆରଆଇଙ୍କ ନିକଟ ସମ୍ପର୍କୀୟଙ୍କୁ ବିଚାରକୁ ନିଆଯିବ। ଏହା କି ପ୍ରକାର ନିୟମ ? ‌

ରାଜ୍ୟ ଦ୍ବାରା ଏହା କେବଳ ଟଙ୍କା ଆଦାୟ କରିବାର ଏକ ରଣନୀତି।  ଜଷ୍ଟିସ ଜେବି ପର୍ଦିୱାଲାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି,  ଆମେ ବର୍ତ୍ତମାନ ଏହି ଏନ୍‌ଆରଆ‌ଇ କୋଟ‌ା ବ୍ୟବସାୟ ବନ୍ଦ କରିଦେବା ଉଚିତ।  ଏହା ସମ୍ପୂର୍ଣ୍ଣ ଭାବେ ବେଆଇନ ପ୍ରକ୍ରିୟା ଉପରେ ଆଧାରିତ।  ଆମେ ଆମ ଶିକ୍ଷ‌ା ବ୍ୟବସ୍ଥାକୁ କେଉଁ ଆଡ଼କୁ ନେଉଛେ ତାହା ଚିନ୍ତା କରିବାର ସମୟ ଆସିଛି।  ଏଭଳି ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ପାଇଁ ଜଣେ ୩ ଗୁଣା ଅଧିକ ନମ୍ବର ରଖି ବି ନାମଲେଖା ସୁଯୋଗ ପାଉନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe