ମାହୁ ହିଂସା : ୨ ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ଏନଏସଏ

ରବିବାର ରାତିରେ ମଧ୍ୟପ୍ରଦେଶର ମାହୁରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଠାରେ ସାହିଦ କୁରେଶୀଙ୍କ ପୁଅ ସୋହେଲ ଓ ମହମ୍ମଦ ରଫିକଙ୍କ ପୁଅ ଏଜାଜଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଅନୁଯାୟୀ ମାମଲା ରୁଜୁ ହୋଇଛି।

mhow

ମାହୁ : ରବିବାର ରାତିରେ ମଧ୍ୟପ୍ରଦେଶର ମାହୁରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଠାରେ ସାହିଦ କୁରେଶୀଙ୍କ ପୁଅ ସୋହେଲ ଓ ମହମ୍ମଦ ରଫିକଙ୍କ ପୁଅ ଏଜାଜଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଅନୁଯାୟୀ ମାମଲା ରୁଜୁ ହୋଇଛି। ଇନ୍ଦୋର ଗ୍ରାମୀଣର ଆରକ୍ଷୀ ଅଧୀକ୍ଷକଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଚାମ୍ପିୟନ୍ସ ଟ୍ରଫିରେ ଭାରତର ବିଜୟ ପରେଡ୍ ପରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ପାଇଁ ଉଭୟ ଅଭିଯୁକ୍ତ ଦାୟୀ ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ ଯେ, ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତୀୟ କ୍ରିକେଟ୍ ଦଳର ବିଜୟ ଉତ୍ସବ ପାଳନ କରୁଥିବା ଏକ ରାଲିରେ ପଥରମାଡ଼ ପରେ ମଧ୍ୟପ୍ରଦେଶର ମାହୁ ସହରରେ ଘଟିଥିବା ସଂଘର୍ଷ ମାମଲାରେ ଏପର୍ଯ୍ୟନ୍ତ ୧୩ ଜଣଙ୍କୁ ଗିରଫ କରାଯାଇଛି। ଇନ୍ଦୋର ଜିଲ୍ଲାପାଳ ଆଶିଷ ସିଂହ ଏହି ସୂଚନା ଦେଇଛନ୍ତି। ଏହି ମାମଲାରେ ରୁଜୁ ହୋଇଥିବା ୮ଟି ଏଫଆଇଆରରେ ପୋଲିସ ୧୦୦ରୁ ଅଧିକ ଲୋକଙ୍କୁ ଅଭିଯୁକ୍ତ କରିଛି । ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe