indiatoday
ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ଆଇନ(ଏନଏସଏ) ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇ ଗିରଫ ହୋଇଥିବା ଉତ୍ତରପ୍ରଦେଶର ଡାକ୍ତର କାଫିଲ ଖାନଙ୍କୁ ତୁରନ୍ତ ଜେଲ ଦଣ୍ଡରୁ ମୁକ୍ତ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟ ମଙ୍ଗଳବାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତର କାଫିଲ ଖାନଙ୍କ ମା’ଙ୍କ ଦ୍ବାରା ଦାଖଲ ହୋଇଥିବା ବନ୍ଦୀ ପ୍ରତ୍ୟକ୍ଷୀକରଣ ଆବେଦନ ଉପରେ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ସିଏଏ ବିରୋଧୀ ଭାଷଣ ଦେଇ ଗିରଫ ହୋଇଥିବା ଗୋରଖପୁର ଡାକ୍ତରଙ୍କୁ ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଉପରେ ଲାଗିଥିବା ଏନଏସଏ ଅଭିଯୋଗକୁ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରା ରଦ୍ଦ କରିଦିଆଯାଇଛି।
The Indian Expressସୂଚନା ମୁତାବକ, ଡିସେମ୍ବର ୨୦୧୯ରେ ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ସିଏଏ ବିରୋଧରେ ଦେଇଥିବା ଭାଷଣ ପାଇଁ ଡାକ୍ତର କାଫିଲ ଖାନଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଅଧୀନରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହା ପରେ ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଡାକ୍ତର କାଫିଲ ଖାନଙ୍କୁ ସିଏଏ ବିରୋଧୀ ଭାଷଣ ପାଇଁ ଗିରଫ କରିଥିଲା। କାଫିଲ ଖାନ୍ ଜାନୁଆରୀ ୨୯,୨୦୨୦ରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରିଥିଲା ଏସଟିଏଫ।
Follow Us