ଆଫଗାନ ସଙ୍କଟ ନେଇ ‘ଦିଲ୍ଲୀ ଘୋଷଣାପତ୍ର’ ଜାରି: ଦିଲ୍ଲୀରେ ୮ ରାଷ୍ଟ୍ରର ଏନ୍‌ଏସ୍‌ଏଙ୍କ ବୈଠକ

Advertisment

ଆଫଗାନ ମାଟିରୁ ଅନ୍ୟ ରାଷ୍ଟ୍ର ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବାକୁ ଗୁରୁତ୍ବ

ଆଫଗାନ ମାଟିରୁ ଅନ୍ୟ ରାଷ୍ଟ୍ର ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବାକୁ ଗୁରୁତ୍ବ

ଆଫଗାନ ସଙ୍କଟ ନେଇ ‘ଦିଲ୍ଲୀ ଘୋଷଣାପତ୍ର’ ଜାରି: ଦିଲ୍ଲୀରେ ୮ ରାଷ୍ଟ୍ରର ଏନ୍‌ଏସ୍‌ଏଙ୍କ ବୈଠକ

ନୂଆଦିଲ୍ଲୀ : ଦିଲ୍ଲୀରେ ଆଜି ଆଫଗାନିସ୍ତାନ ସ୍ଥିତି ସଂକ୍ରାନ୍ତରେ ଭାରତ ସମେତ ୮ଟି ରାଷ୍ଟ୍ରର ଶୀର୍ଷ ଆଞ୍ଚଳିକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏନ୍‌ଏସଏ (ଜାତୀୟ ସୁରକ୍ଷା ଉପଦେଷ୍ଟା) ଅଜିତ ଡୋଭାଲ୍‌ ଆଜି ତାଙ୍କ ଇରାନ, କଜାକସ୍ତାନ, କିରଗିଜସ୍ତାନ, ରୁଷ୍‌, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନ ପ୍ରତିପକ୍ଷମାନଙ୍କ ସହ ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଭାରତ ମଧ୍ୟ ବୈଠକ ପାଇଁ ଚୀନ୍‌ ଏବଂ ପାକିସ୍ତାନକୁ ନିମନ୍ତ୍ରଣ କରିଥିଲା। କିନ୍ତୁ ସେମାନେ ଭାରତର ନିମନ୍ତ୍ରଣକୁ ଗ୍ରହଣ କରିନାହାନ୍ତି। ଅନ୍ୟପକ୍ଷେ ଆଫଗାନ ପ୍ରତିନିଧିମାନଙ୍କୁ ବୈଠକକୁ ଆମନ୍ତ୍ରଣ କରାଯାଇନଥିଲା। ବୈଠକରେ ଆଜି ଆଫଗାନିସ୍ତାନ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଛି। ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା, ତାଲିମ ଦେବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଯୋଜନା କରିବା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଦେବା ନେଇ ଆଫଗାନିସ୍ତାନ ମାଟିକୁ ବ୍ୟବହ‌ାର କରାଯିବା କଦାପି ଗ୍ରହଣୀୟ ନୁହେଁ ବୋଲି ଉକ୍ତ ବୈଠକରେ ଗୁରୁତ୍ବ ଦିଆଯାଇଛି।

୮ ରାଷ୍ଟ୍ରର ଶୀର୍ଷ ସୁରକ୍ଷା ଅଧିକାରୀମାନେ ଆଫଗାନ ସ୍ଥିତି ନେଇ ଏକ ମିଳିତ ଘୋଷଣାନାମା ଜାରି କରିଛନ୍ତି। ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ଏକ ସ୍ଥିର ଆଫଗାନିସ୍ତାନ ପାଇଁ ସହଯୋଗ କରିବାକୁ ମିଳିତ ଘୋଷଣାନାମାରେ କୁହାଯାଇଛି। ଉଗ୍ରବାଦ, ଆତଙ୍କବାଦ, ବିଚ୍ଛିନତାବାଦ ଏବଂ ନିଶାଦ୍ରବ୍ୟ ଚୋରାଚାଲାଣ ବିରୋଧରେ ମିଳିତ ସହଯୋଗ ପାଇଁ ଏହି ଘୋଷଣାନାମାରେ କୁହାଯାଇଛି। ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିନେବାପରେ ନାଗରିକମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସେନେଇ ୮ ରାଷ୍ଟ୍ରର ଏନ୍‌ଏସ୍‌ଏ ଚିନ୍ତା ପ୍ରକଟ କରିଛନ୍ତି। ଆଫଗାନିସ୍ତାନକୁ ମାନବୀୟ ସହଯୋଗ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ଆଫଗାନିସ୍ତାରେ ଶିଶୁ, ମହିଳା ଏବଂ ସଂଖ୍ୟାଲଘୁଙ୍କ ମୌଳିକ ଅଧିକାର ଉଲ୍ଲଂଘନ ବନ୍ଦ ହେବା ଜରୁରୀ ବୋଲି ଘୋଷଣାନାମାରେ କୁହାଯାଇଛି। ଆଫଗାନ ସରକାରରେ ସବୁ ବର୍ଗକୁ ସାମିଲ କରିବା ଦିଗରେ ଆଜିର ବୈଠକରେ ଆଲୋଚନା ହୋଇଛି। ବୈଠକରେ ଡୋଭାଲ କହିଛନ୍ତି, ଆଫଗାନ ସ୍ଥିତି ସଂକ୍ରାନ୍ତରେ ଏବେ ରାଷ୍ଟ୍ରମାନଙ୍କ ମଧ୍ୟରେ ଉତ୍ତମ ସହଯୋଗ ଏବଂ ସମନ୍ବୟ ରହିବା ଆବଶ୍ୟକ। ମିଳିତ ଘୋଷଣା ନାମାରେ ଆଫଗାନିସ୍ତାନରେ ତାଲିବାନ ସରକାରର କାର୍ଯ୍ୟରେ କୌଣସି ହସ୍ତକ୍ଷେପ କରାଯିବ ନାହିଁ ବୋଲି ମଧ୍ୟ କୁହାଯାଇଛି। ବୈଠକ ପରେ ସମସ୍ତ ୮ ଏନ୍‌ଏସ୍‌ଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe