ବଦଳିବ ଭିଆଇପି ସୁରକ୍ଷା ଢାଞ୍ଚା, ନେତାଙ୍କ ସୁରକ୍ଷାରୁ ହଟିବ ଏନଏସଜି

Advertisment
ହାଇଟେକ୍ ସୁରକ୍ଷା ବଳୟରେ ଆଧାର ଡାଟା ସେଣ୍ଟର : ରାତିଦିନ ଜଗିରହିଛନ୍ତି ୮୦ କମାଣ୍ଡୋ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବେ ଭିଆଇପି ସୁରକ୍ଷାରେ ବଡ ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି । ନୂଆ ମନ୍ତ୍ରୀମାନେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଏନଏସଜି ଓ ଆଇଟିବିପି ସମ୍ଭାଳୁଥିବା ଏକ ଡଜନରୁ ଅଧିକ ହାଇ ରିସ୍କ ବ୍ୟକ୍ତିଙ୍କ ସୁରକ୍ଷା ଦାୟିତ୍ୱ ସିଆରପିଏଫ ଓ ଅନ୍ୟ ଅର୍ଦ୍ଧସାମରିକ ବାହିନୀକୁ ହସ୍ତାନ୍ତର କରିଛନ୍ତି।

ଗଣମାଧ୍ୟମ ସୁତ୍ରରୁ ପ୍ରକାଶ  ଯେ ଗୃହ ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ଏହି ମାମଲାର ସମୀକ୍ଷା କରିବ ଏବଂ ଅନେକ ରାଜନୈତିକ ବ୍ୟକ୍ତିବିଶେଷ, ପୂର୍ବତନ ମନ୍ତ୍ରୀ, ଅବସରପ୍ରାପ୍ତ ଅମଲା ଏବଂ ଅନ୍ୟ କେତେକଙ୍କୁ ଦିଆଯାଇଥିବା ସୁରକ୍ଷା ପ୍ରତ୍ୟାହାର କିମ୍ବା ହ୍ରାସ କରାଯାଇପାରେ। ଏହି ସମୟ ମଧ୍ୟରେ ଗୃହ ମନ୍ତ୍ରଣାଳୟ ଏନଏସଜିର 'ବ୍ଲାକ୍ କ୍ୟାଟ୍' କମାଣ୍ଡୋମାନଙ୍କୁ ଭିଆଇପି ସୁରକ୍ଷା ଦାୟିତ୍ୱରୁ ସମ୍ପୂର୍ଣ୍ଣ ହଟାଇପାରିବ।

ମିଳିଥିବା ସୂଚନା ଅନୁଯାୟୀ, ଗୃହ ମନ୍ତ୍ରଣାଳୟ ଆଇଟିବିପି ଯବାନଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ସୁରକ୍ଷାକୁ ହଟାଇ ସିଆରପିଏଫ ଏବଂ ସିଆଇଏସଏଫର ଭିଆଇପି ସୁରକ୍ଷା ଶାଖାକୁ ସୁରକ୍ଷା ଦାୟିତ୍ୱ ହସ୍ତାନ୍ତର କରିପାରିବ, ଯାହାକୁ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ ଅର୍ଥାତ୍ (ଏସଏସଜି) କୁହାଯାଏ ।

ଏନଏସଜିକୁ ଭିଆଇପି ସୁରକ୍ଷା କାର୍ଯ୍ୟରୁ ମୁକ୍ତ କରିବା ପାଇଁ ୨୦୧୨ ରୁ ଯୋଜନା ଚାଲିଛି । କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ହୋଇପାରିନାହିଁ। ବାସ୍ତବରେ ଏନଏସଜି ଆକଳନ କରିଥିଲା ଯେ ଯଦି ଦେଶରେ ଏକା ସମୟରେ ଅନେକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ, ତେବେ ସେହି ସମୟରେ ଅନେକ ଦିଗରେ କମାଣ୍ଡୋଙ୍କୁ ଏକାସାଙ୍ଗରେ ପଠାଯାଇପାରିବ । ଏନଏସଜିକୁ ଭିଆଇପି ସୁରକ୍ଷା ଦାୟିତ୍ୱରୁ ହଟାଇବା ପରେ ପ୍ରାୟ ୪୫୦ 'ବ୍ଲାକ୍ କ୍ୟାଟ୍' କମାଣ୍ଡୋ  ବାରାକକୁ ଫେରିଆସିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe