ଜୁଲାଇ ୧୯ରେ ହେବ ସିୟୁଇଟି-ୟୁଜି ପୁନଃ ପରୀକ୍ଷା, ଏନଟିଏ କଲା ଘୋଷଣା

Advertisment
ମା'ର ମୃତଦେହକୁ ଛାଡି ହୃଦୟକୁ ପଥର କରି ପରୀକ୍ଷା ଦେବାକୁ ଗଲା ଝିଅ

Image Courtesy of NDTV

ନୂଆଦିଲ୍ଲୀ: ସିୟୁଇଟି-ୟୁଜି ପରୀକ୍ଷାରେ ଅନିୟମିତତା ନେଇ ଅଭିଯୋଗ କରିଥିବା 'ପ୍ରଭାବିତ' ପରୀକ୍ଷାର୍ଥୀଙ୍କ ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପୁନଃ ପରୀକ୍ଷା ତାରିଖ ଘୋଷଣା କରିଛି। ଏ ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାରି ବିଜ୍ଞପ୍ତି ଅନୁଯାୟୀ, ଜୁଲାଇ ୧୯ରେ ସିୟୁଇଟି ୟୁଜି ପୁନଃ ପରୀକ୍ଷା ହେବ। ଏହି ପରୀକ୍ଷା କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ । ଏହି ପରୀକ୍ଷାରେ ଭାଗ ନେଉଥିବା ପ୍ରାର୍ଥୀମାନେ ସମସ୍ତ ଅଫିସିଆଲ ୱେବସାଇଟକୁ ଯାଇ ନୋଟିସ ଯାଞ୍ଚ କରିପାରିବେ । ସେମାନଙ୍କ ନିକଟକୁ ମଧ୍ୟ ଏଟିଏ ପକ୍ଷରୁ ଇ-ମେଲ ପଠାଯାଇଛି ।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) କହିଛି ଯେ ସମସ୍ତ ପ୍ରଭାବିତ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ଖୁବଶୀଘ୍ର ପ୍ରକାଶ ପାଇବ । ରିଲିଜ୍ ହେବା ପରେ ପ୍ରାର୍ଥୀମାନେ ନିଜର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଅଫିସିଆଲ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ସଦ୍ୟତମ ବିଜ୍ଞପ୍ତିରେ ଏନଟିଏ ସୂଚନା ଦେଇଛି ଯେ ବିଷୟ ବିଶେଷଜ୍ଞମାନେ ବର୍ତ୍ତମାନ ଅସ୍ଥାୟୀ ଉତ୍ତର କୀରେ ପରୀକ୍ଷାର୍ଥୀଙ୍କୁ ମିଳିଥିବା ପ୍ରଶ୍ନକୁ ଆଧାର କରି ସିୟୁଇଟି ୟୁଜି ଚୂଡ଼ାନ୍ତ ଉତ୍ତର କୀ ପ୍ରସ୍ତୁତ କରୁଛନ୍ତି। ଚୂଡ଼ାନ୍ତ ଉତ୍ତର କୀ ଖୁବଶୀଘ୍ର ଅଫିସିଆଲ ୱେବସାଇଟରେ ଅପଲୋଡ କରାଯିବ ।

ଏହା ପୂର୍ବରୁ ଜୁଲାଇ ୭ ରେ ପରୀକ୍ଷା ଏଜେନ୍ସି ସିୟୁଇଟି ୟୁଜି ୨୦୨୪ର ପ୍ରୋଭିଜନାଲ ଉତ୍ତର କୀ ଜାରି କରିଥିଲା। ଜୁଲାଇ ୭ରୁ ୯ ମଧ୍ୟରେ ସିୟୁଇଟି ୟୁଜି ୨୦୨୪ ପ୍ରୋଭିଜନାଲ ଉତ୍ତର କୀ ବିରୋଧରେ ପ୍ରାର୍ଥୀମାନେ ଆପତ୍ତି ଉଠାଇବାକୁ ଅନୁମତି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe