ୟୁଏଇ ଓଡ଼ିଆ ସମାଜ ପକ୍ଷରୁ ନୂଆଁଖାଇ

Advertisment

ଓଡ଼ିଆ ସୋସାଇଟି ଅଫ୍‌ ମିଡ୍‌ଲ୍ୟାଣ୍ଡସ୍‌ର ନୂଆଁଖାଇ

ଓଡ଼ିଆ ସୋସାଇଟି ଅଫ୍‌ ମିଡ୍‌ଲ୍ୟାଣ୍ଡସ୍‌ର ନୂଆଁଖାଇ

ୟୁଏଇ ଓଡ଼ିଆ ସମାଜ ପକ୍ଷରୁ ନୂଆଁଖାଇ

ଦୁବାଇ : ଦୁବାଇସ୍ଥିତ ଓଡ଼ିଆ ସମାଜ, ୟୁଏଇ ପକ୍ଷରୁ ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଁଇ’ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଏକାଠି ହୋଇ ପରସ୍ପରକୁ ଅଭିନନନ୍ଦନ ଜଣାଇବା ସହ ମା’ ସମଲେଶ୍ବରୀଙ୍କୁ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ପାରମ୍ପରିକ ଖାଦ୍ୟପେୟ‌ରେ ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା। ଅନୁଷ୍ଠାନର ସଭାପତି ଅମିୟ ମିଶ୍ର କହିଛନ୍ତି, ପ୍ରତିବର୍ଷ ଧୁମ୍‌ଧାମରେ ଏହି ଉତ୍ସବ ପାଳନ କରାଯାଇଥାଏ। କିନ୍ତୁ ଗତବର୍ଷ ମହାମାରୀ କରୋନା ପାଇଁ ତାହା ହୋଇପାରିନଥିଲା। ତେବ‌େ ଚଳିତ ବର୍ଷ କୋଭିଡ୍‌ କଟକଣା ମଧ୍ୟରେ ନୂଆଁଖାଇ ପାଳିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe