ତିରୁପତି ଉତ୍କଳ ପରିଷଦ ପକ୍ଷରୁ ନୂଆଁଖାଇ ଭେଟଘାଟ

ତିରୁପତି ଉତ୍କଳ ପରିଷଦ ପକ୍ଷରୁ ନୂଆଁଖାଇ ଭେଟଘାଟ

ତିରୁପତି : ତିରୁପତି ଉତ୍କଳ ପରିଷଦ ଆନୁକୂଲ୍ୟରେ ଶନିବାର ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରେ ନୂଆଁଖାଇ ଭେଟ୍‌ଘାଟ୍ ଉତ୍ସବ ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆଁଖାଇ ଜୁହାର ଜଣାଇବା ସହ ଶୁଭେଚ୍ଛା କାମନା କରିଥିଲେ। ମହୋତ୍ସବରେ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଓ ଉତ୍କଳ ପରିଷଦର ମୁଖ୍ୟ ପରାମର୍ଶଦାତା ଆଚାର୍ଯ୍ୟ ହରେକୃଷ୍ଣ ଶତପଥୀ, ଅବସରପ୍ରାପ୍ତ ପ୍ରଶାସକ ଜୁଲିୟସ୍‌ ଲାକ୍ରା, ଡ. ବୁଦ୍ଧେଶ୍ବର ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇ ପଶ୍ଚିମ ଓଡ଼ିଶାର ଏହି ଗଣପର୍ବର ମହତ୍ତ୍ବ, ଐତିହ୍ୟ ଓ ପର୍ବ ବିଧି ସଂପର୍କରେ ଆଲୋଚନା କରିଥିଲେ। ପରିଷଦର ଅଧ୍ୟକ୍ଷ ତଥା ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ପ୍ରଫେସର୍‌ ଡ. ସତ୍ୟନାରାୟଣ ଅଚାର୍ଯ୍ୟ ସଭାରେ ଅଧ୍ୟକ୍ଷତା କରି ନୂଆଁଖାଇ ଗଣପର୍ବର ଭାଇଚାରା ସଂପର୍କରେ ସମ୍ବଲପୁରୀ ଭାଷାରେ ସୂଚନା ଦେଇଥିଲେ।

ପ୍ରାରମ୍ଭରେ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ବେଦଭାଷ୍ୟ ବିଭାଗର ଅଧ୍ୟାପକ ଡ. ଶିବଶଙ୍କର ହୋତା ବୈଦିକ ମଙ୍ଗଳାଚରଣ ଓ ମିଲନ୍‌ ମିଶ୍ର ମା’ ସମଲେଶ୍ବରୀ ଭଜନ ଗାନ କରିଥିଲେ। ପରିଷଦର କୋଷାଧ୍ୟକ୍ଷ ପ୍ରଫେସର୍‌ ରାଧାଗୋବିନ୍ଦ ତ୍ରିପାଠୀ ପରିଷଦର ଉଦ୍ଦେଶ୍ୟ, ଆଭିମୁଖ୍ୟ ବିଷୟରେ କହିଥିଲେ। କାର୍ଯ୍ୟକ୍ରମକୁ ସାହିତ୍ୟ ବିଭାଗର ସହାୟକ ଆଚାର୍ଯ୍ୟ ଡ. ପ୍ରଦୀପ କୁମାର ବାଗ ସଂଚାଳନ କରିଥିଲେ। ପରିଷଦର ସାଧାରଣ ସଚିବ ଡ. ଜ୍ଞାନରଂଜନ ପଣ୍ଡା ଧନ୍ୟବାଦ ଦେଇଥିଲେ। ଶେଷରେ ଛାତ୍ରୀ ହରପ୍ରିୟା ବେହେରା ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହ ରାଷ୍ଟ୍ରୀୟ ସଂସ୍କୃତି ବିଶ୍ବବିଦ୍ୟାଳୟର ବେଦଭାଷ୍ୟ ବିଭାଗ ଅଧ୍ୟାପକ ଡ. ଦୁର୍ଗାଶରଣ ରଥ ଶାନ୍ତି ପାଠ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe