Image Courtesy of India Today
ନୂଆଦିଲ୍ଲୀ: ଆଣବିକ ଅସ୍ତ୍ରଶସ୍ତ୍ର ଥିବା କେତେକ ବୋମା ବର୍ଷଣକାରୀ ରୁଷୀୟ ଲଢୁଆ ବିମାନ ଚଳିତ ମାସ ପ୍ରାରମ୍ଭରେ ସ୍ବିଡେନ୍ ଆକାଶ ସୀମା ମଧ୍ୟକୁ ଚାଲିଯାଇଥିବା ରିପୋର୍ଟ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ ଉଦ୍ବେଳିତ କରିଛି। ଅବଶ୍ୟ ସ୍ବିଡେନ୍ର ଲଢୁଆ ଜେଟ୍ ସବୁ ଉକ୍ତ ରୁଷୀୟ ବିମାନଗୁଡ଼ିକୁ ଘଉଡ଼ାଇ ଦେଇଥିଲେ।
ୟୁକ୍ରେନ୍ ସହିତ ମସ୍କୋର ଯୁଦ୍ଧ ଚାଲିଥିବା ବେଳେ ସ୍ବିଡେନ୍ର ଗଣମାଧ୍ୟମ ରିପୋର୍ଟ କରିଛି ଯେ, ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କର ୪ଟି ଲଢୁଆ ବିମାନ ବାଲ୍ଟିକ୍ ସାଗର ଉପରେ ଉଡ଼ି ଗଟ୍ଲାଣ୍ଡ୍ ଦ୍ବୀପ ଆଡ଼କୁ ଯାଉଥିଲେ। ସେଥିରୁ ୨ଟି ସୁଖୋଇ ସୁ-୨୪ ବୋମାବର୍ଷୀ ଏବଂ ୨ଟି ସୁଖୋଇ ସୁ-୨୭ ଲଢୁଆ ବିମାନ ବୋଲି ଉକ୍ତ ରିପୋର୍ଟରେ ଦାବି କରାଯାଇଛି।
Image Courtesy of Imfobaeରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ସ୍ବିଡେନ୍କୁ ଭୟଭୀତ କରିବା ଲାଗି ଜାଣିଶୁଣି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା।
ଉପରୋକ୍ତ ୪ଟି ରୁଷୀୟ ବିମାନକୁ ବାଧା ଦେବା ପାଇଁ ସ୍ବିଡେନ୍ର ‘ଜେଏଏସ୍ ୩୯ ଗ୍ରିପେନ୍ ଜେଟ୍’ଗୁଡ଼ିକୁ ପଠାଯାଇଥିଲା। ପ୍ରାୟ ୧ ମିନିଟ୍ ପାଇଁ ରୁଷୀୟ ବିମାନଗୁଡ଼ିକ ସ୍ବିଡେନ୍ ଆକାଶ ସୀମା ମଧ୍ୟରେ ଥିଲେ।
ବିମାନଗୁଡ଼ିକ ସ୍ବିଡେନ୍ ଆକାଶ ସୀମା ଅତିକ୍ରମ କରିଥିବା ରିପୋର୍ଟ ଚଳିତ ମାସ ପ୍ରାରମ୍ଭରେ ପ୍ରକାଶ ପାଇଥିଲା। କିନ୍ତୁ, ଉକ୍ତ ଜେଟ୍ ବିମାନଗୁଡ଼ିକରେ ଆଣବିକ ଅସ୍ତ୍ର ଥିବା କଥା ଏବେ ଜଣାପଡୁଛି।
Follow Us