ଉତ୍ତରକୋରିଆକୁ ଟ୍ରମ୍ପଙ୍କ ଜବାବ୍‌: ଆମେରିକା ପାଖରେ ତମଠୁ ବଡ଼ ଓ ଶକ୍ତିଶାଳୀ ପରମାଣୁ ଅସ୍ତ୍ର ରହିଛି

Advertisment
ତେଲ ଦର ବଢିବା ପାଇଁ  ଡୋନାଲ୍ଡ  ଟ୍ରମ୍ପ ଦାୟୀ  !

Generated by IJG JPEG Library

ଓ୍ଵାସିଂଟନ:ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ ଉନ୍‌ ଆମେରିକାକୁ ପରମାଣୁ ଅସ୍ତ୍ରର ଧମକ ଦେବା ପରେ ଦୁଇ ଦେଶର ରାଷ୍ଟ୍ରପତିଙ୍କ ଟ୍ଵିଟରରେ ଶକ୍ତି ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। କିମ୍‌ଙ୍କୁ ପ୍ରତି ଜବାବ୍‌ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ନ କହିଛନ୍ତି ଯେ, ଆମେରିକା ପାଖରେ ଉତ୍ତରକୋରିଆ ଅପେକ୍ଷା ବଡ଼ ଓ ଶକ୍ତିଶାଳୀ ପରମାଣୁ ଅସ୍ତ୍ର ରହିଛି। ଏହି ପରମାଣୁ ଅସ୍ତ୍ରର ବଟନ ଉତ୍ତରକୋରିଆ ଅପେକ୍ଷା ବଡ଼ ଓ କାର୍ଯ୍ୟକ୍ଷମ ମଧ୍ୟ ବୋଲି ଟ୍ରମ୍ପ କହିଛନ୍ତି।

ସ୍ମରଣଯୋଗ୍ୟ ଯେ,ନବ ବର୍ଷ ଅବସରରେ ଉତ୍ତରକୋରିଆ ଶାସକ କିମ୍‌ କହିଥିଲେ ଯେ,ତାଙ୍କ ଟେବୁଲରେ ପରମାଣୁ ଅସ୍ତ୍ରର ବଟନ ରହିଛି। ଯାହାକୁ ଦବାଇବା ଦ୍ୱାରା ସେ ଆମରେକିାରେ ଧ୍ୱଂସର ଲୀଲା ରଚନା କରିପାରିବେ। ଉତ୍ତରକୋରିଆକୁ ବ୍ୟଙ୍ଗ କରି ଟ୍ରମ୍ପ କହିଛନ୍ତି ଯେ,ଯେଉଁ ଦେଶର ଲୋକେ ଅନାହାରରେ ମରୁଛନ୍ତି ସେଠାକାର ଶାସକ ପରମାଣୁ ଯୁଦ୍ଧ ଧମକ ଦେବା କେତେ ଦୂର ସତ ହୋଇପାରେ। ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ପରେ ହ୍ଵାଇଟ ହାଉସ୍‌ ଗଣମାଧ୍ୟମ ସଚିବ କହିଛନ୍ତି ଯେ,ଉତ୍ତରକୋରିଆକୁ ନେଇ ଆମେରିକାର ମାନସିକତାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆମେରିକା ଆଖିରେ ଉତ୍ତରକୋରିଆ ଏବେବି ସାରା ବିଶ୍ୱ ପାଇଁ ବିପଦଜନକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe