ଆଣବିକ ଫୁଏଲ ରିଆକ୍ଟର ମୁନ୍ଦ୍ରା ବନ୍ଦରରେ ଜବତ ମାମଲା: ପାକିସ୍ତାନ ଉଦ୍ଦେଶ୍ୟମୂଳକ ଭାବେ ସଠିକ୍‌ ସୂଚନା ଦେଇନଥିଲା

Advertisment
ଆଣବିକ ଫୁଏଲ ରିଆକ୍ଟର ମୁନ୍ଦ୍ରା ବନ୍ଦରରେ ଜବତ ମାମଲା: ପାକିସ୍ତାନ ଉଦ୍ଦେଶ୍ୟମୂଳକ ଭାବେ ସଠିକ୍‌ ସୂଚନା ଦେଇନଥିଲା

Deccan Herald

ଅହମଦାବାଦ : ନିର୍ଦ୍ଦିଷ୍ଟ ଗୁଇନ୍ଦା ରିପୋର୍ଟକୁ ଭିତ୍ତି କରି ଗତକାଲି କଷ୍ଟମ୍ସ ଏବଂ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍‌ଆଇ) ପକ୍ଷରୁ ଗୁଜରାଟର କଚ୍ଛ ଜିଲ୍ଲା ଅନ୍ତର୍ଗତ ମୁନ୍ଦ୍ରା ବନ୍ଦରରୁ ଏକ ଚୀନ୍‌ଗାମୀ ସିଂଗାପୁରୀ ଜାହାଜରୁ ୭ଟି କଣ୍ଟେନର ଜବତ କରାଯାଇଥିଲା। ଉକ୍ତ କଣ୍ଟେନରଗୁଡ଼ିକରେ ଖାଲି ଆଣବିକ ଫୁଏଲ ରିଆକ୍ଟର ରହିଥିଲା। ଏଗୁଡ଼ିକ ପାକିସ୍ତାନର କରାଚୀ ଆଣବିକ ଶକ୍ତିକେନ୍ଦ୍ର, କେ-୨ରୁ ଚାଇନା ନ୍ୟୁକ୍ଳିୟର ଏନର୍ଜି ଇଣ୍ଡଷ୍ଟ୍ରି, ସାଂଘାଇକୁ ଯାଉଥିଲା। ତେବେ ଏହି କଣ୍ଟେନରଗୁଡ଼ିକ ସଂପର୍କରେ ପାକିସ୍ତାନ କର୍ତ୍ତୃପକ୍ଷ ସଠିକ୍‌ ସୂଚନା ଦେଇନଥିଲେ ଏବଂ ଏଥିରେ ବିପଜ୍ଜନକ ଶ୍ରେଣୀରେ ଆସୁଥିବା ସାମଗ୍ରୀ ଥିବା ନେଇ ଦର୍ଶାଯାଇନଥିଲା।

କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଜାହାଜରେ ଥିବା ଜିନିଷ ‘ନନ୍-ହାଜାର୍ଡସ୍ ଭାବେ ବର୍ଗୀକୃତ ହୋଇଥିବା ବେଳେ ସେଥିରେ ଥିବା କଣ୍ଟେନରଗୁଡ଼ିକରେ ହାଜାର୍ଡସ୍ କ୍ଲାସ୍ ୭ ବୋଲି ଲେଖାଯାଇଥିଲା, ଯାହାର ଅର୍ଥ ତେଜସ୍କ୍ରିୟ ପଦାର୍ଥ। ଯଦିଓ ଏଗୁଡ଼ିକ ସାଂଘାଇ ଯାଉଥିଲା, କର୍ତ୍ତୃପକ୍ଷ କଣ୍ଟେନରଗୁଡ଼ିକୁ ମୁନ୍ଦ୍ରା ବନ୍ଦରରେ ଅଧିକ ଯାଞ୍ଚ ପାଇଁ ଅବତରଣ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe