Image Courtesy of Breaking Latest News
କିବ୍: ଜାପୋରିଝ୍ଜିଆ ଆଣବିକ ପାୱାର୍ ପ୍ଲାଣ୍ଟ୍ ଚଳାଉଥିବା କର୍ମଚାରୀମାନଙ୍କୁ ରୁଷୀୟ ସୈନିକମାନେ ନିର୍ଯାତନା ଦେଉଥିବା କଥା ଆଜି ୟୁକ୍ରେନୀୟ ଶକ୍ତିମନ୍ତ୍ରୀ ହର୍ମ୍ୟାନ୍ ହାଲୁଶ୍ଚେଙ୍କୋ ସାମାଜିକ ଗଣମାଧ୍ୟମ ପୋଷ୍ଟ୍ରେ କହିଛନ୍ତି।
ସେ କହିଛନ୍ତି ଯେ, ଜାପୋରିଝ୍ଜିଆ ଆଣବିକ ପାୱାର୍ ପ୍ଲାଣ୍ଟ୍ ଚଳାଉଥିବା କର୍ମଚାରୀମାନଙ୍କୁ ୪ ଦିନ ପଣବନ୍ଦୀ ରଖାଯାଇଥିଲା। ଆଣବିକ କେନ୍ଦ୍ର ମଧ୍ୟରେ ପ୍ରାୟ ୫୦୦ ରୁଷୀୟ ସୈନିକ ଅଛନ୍ତି ଏବଂ ୫୦ ୟୁନିଟ୍ ଭାରୀ ଯନ୍ତ୍ରପାତି ରହିଛି। କେନ୍ଦ୍ରର କର୍ମଚାରୀମାନଙ୍କୁ ଦୈହିକ ଓ ମାନସିକ ନିର୍ଯାତନା ଦିଆଯାଉଛି।
Image Courtesy of India Todayମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମନ୍ତ୍ରାଳୟ ପାଇଥିବା ସୂଚନା ଅନୁସାରେ, ରୁଷୀୟ ଦଖଲକାରୀମାନେ ପ୍ରଚାର ଉଦ୍ଦେଶ୍ୟରେ ଯୋଜନା କରିଥିବା ଭାଷଣ ରେକର୍ଡ କରାଇବାକୁ ପ୍ଲାଣ୍ଟ୍ର ମ୍ୟାନେଜ୍ମେଣ୍ଟ୍କୁ ବାଧ୍ୟ କରୁଛନ୍ତି। ରୁଷ୍ ନାଗରିକ ଏବଂ ଅନ୍ତର୍ଜାତୀୟ ସମୁଦାୟଙ୍କ ଆଗରେ ଆପଣା ଅପରାଧକୁ ପ୍ରାସଙ୍ଗିକ କରିବା ହେଉଛି ରୁଷୀୟ ପ୍ରଚାର ମେସିନ୍ର ଆଉ ଏକ ମିଥ୍ୟା ଉଦ୍ୟମ।
ୟୁକ୍ରେନ୍ର ଆନ୍ତର୍ଜାତିକ ଅଂଶୀଦାରମାନଙ୍କୁ ମଧ୍ୟ ଶକ୍ତିମନ୍ତ୍ରୀ ନିବେଦନ କରି କହିଛନ୍ତି ଯେ, ରୁଷୀୟ ସେନା ଦଖଲ କରିଥିବା ପ୍ଲାଣ୍ଟ୍ର ଆଣବିକ ସାମଗ୍ରୀ ସବୁକୁ ପ୍ରତ୍ୟାହାର କରାଇବା ପାଇଁ ଏବଂ ୟୁକ୍ରେନ୍ ଆକାଶପଥ ବନ୍ଦ କରିବା ପାଇଁ ସେମାନେ ପଦକ୍ଷେପ ଗ୍ରହଣ କରନ୍ତୁ। କାରଣ, ରୁଷୀୟ ସେନା ବ୍ୟବହାର କରୁଥିବା ଅସ୍ତ୍ରଦ୍ବାରା ଯଦି ଆଣବିକ ଶକ୍ତି କେନ୍ଦ୍ରରେ କିଛି ବିଭ୍ରାଟ ଘଟେ, ତେବେ ସମଗ୍ର ୟୁରୋପ ବିପର୍ଯ୍ୟସ୍ତ ହୋଇପଡ଼ିବ। ଏଥିପାଇଁ ରୁଷ୍ ସମ୍ପୂର୍ଣ୍ଣ ଉତ୍ତରଦାୟୀ ହେବ।
Follow Us