ପାକିସ୍ତାନର କିରାନା ହିଲ୍ସରେ ବ୍ୟାପିଲା ଆଣବିକ ବିକିରଣ! ଅଞ୍ଚଳ ଖାଲି କରାଗଲା, ଦେଖନ୍ତୁ ଭିଡିଓ

ପାକିସ୍ତାନର କିରାନା ହିଲ୍ସରେ ଆଣବିକ ବିକିରଣ ବ୍ୟାପିଥିବା ଦାବି କରାଯାଉଛି। ଏହା ପଛରେ କାରଣ ଆମେରିକୀୟ ରେଡିଏସନ୍ ଡିଟେକ୍ଟର୍ ବିମାନର ଅବତରଣ ବୋଲି କୁହାଯାଉଛି। ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଏହି ଦାବି କରାଯାଇଛି...

Nuclear radiation spread in the Kirana Hills of Pakistan! Area cleared, see video

Nuclear radiation spread in the Kirana Hills of Pakistan! Area cleared, see video Photograph: (sambad.in)

ଇସଲାମାବାଦ: ପାକିସ୍ତାନରୁ ଏକ ବଡ଼ ଖବର ଆସୁଛି, ସମ୍ପ୍ରତି ଅପରେସନ ସିନ୍ଦୂର ଅନ୍ତର୍ଗତ ଭାରତ ପାକିସ୍ତାନର ପରମାଣୁ କେନ୍ଦ୍ର ନିକଟରେ ଏକ ସଠିକ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା, ଯାହା ଯୋଗୁ ପରମାଣୁ କେନ୍ଦ୍ରକୁ କ୍ଷତି ପହଞ୍ଚିବାର ସମ୍ଭାବନା ଥିଲା, କିନ୍ତୁ ବାୟୁସେନା ଡିଜିଏମଓ ଏୟାର ମାର୍ଶାଲ ଅବଧେଶ କୁମାର ଭାରତୀ ଏହି ଅନୁମାନକୁ ଖଣ୍ଡନ କରିଥିଲେ। ଏବେ ପାକିସ୍ତାନର କିରାଣା ହିଲ୍ସ ଅଞ୍ଚଳରୁ  ଆଣବିକ ବିକିରଣ ଲିକ୍ ହେବାର ଦାବି ସୋସିଆଲ ମିଡିଆରେ କରାଯାଉଛି।

ତଥାପି, ପାକିସ୍ତାନୀ କିମ୍ବା ଅନ୍ତର୍ଜାତୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିକିରଣ ବିଷୟରେ ଏପର୍ଯ୍ୟନ୍ତ କୌଣସି  ନିଶ୍ଚିତକରଣ ହୋଇନାହିଁ। ଫଳରେ ଅନିଶ୍ଚିତତା ଜାରି ରହିଛି। ଏହି ଦାବି ପଛର କାରଣ ହେଉଛି କିରାନା ପାହାଡ଼ ନିକଟରେ ଆମେରିକୀୟ ବିମାନ ମୁତୟନ କରାଯାଇଛି।

ଆଣବିକ ବିକିରଣ ବ୍ୟାପିଲେ, ଲୋକଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାର ଆବଶ୍ୟକତା ପଡ଼ିଥାଏ କାରଣ ବିକିରଣ ସଂସ୍ପର୍ଶରେ ଆସିବା ଯୋଗୁ ଚର୍ମ ପୋଡ଼ିଯାଇଥାଏ। ତେବେ ମେ’ ୧୩ ମଙ୍ଗଳବାର ସୁଦ୍ଧା ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସତର୍କତା ଜାରି କରାଯାଇ ନାହିଁ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦାବି କରାଯାଉଛି ଯେ, ପରମାଣୁ କେନ୍ଦ୍ର ନିକଟରେ ଥିବା ଗାଁ ଖାଲି ଅଛି। ପୋଷ୍ଟର କ୍ୟାପସନରେ କୁହାଯାଇଛି ଯେ, ଆମେରିକାର ରେଡିଏସନ୍ ଡିଟେକ୍ସନ୍ ବିମାନ ପାକିସ୍ତାନରେ ଅବତରଣ କରିଛି ଏବଂ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି।

ଅପରେସନ ସିନ୍ଦୂର ଅନ୍ତର୍ଗତ, ଭାରତ କିରାନା ହିଲ୍ସ ଭଳି ସମ୍ଭାବ୍ୟ ପାକିସ୍ତାନୀ ପରମାଣୁ କେନ୍ଦ୍ର ନିକଟରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ଆରମ୍ଭ କରିଥିଲା। ଏହା  ଯୋଗୁ ଆଣବିକ ବିକିରଣର ଲିକେଜ୍ ହୋଇପାରେ ବୋଲି ଅନୁମାନ କରାଯାଉଛି।

ତେବେ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (ଆଇଏଇଏ) କିମ୍ବା ପାକିସ୍ତାନୀ କର୍ତ୍ତୃପକ୍ଷ ପରମାଣୁ ସଙ୍କଟର ଦାବିକୁ ନିଶ୍ଚିତ କରିନାହାନ୍ତି।

ମ‌େ’ ୧୨ ସୋମବାର ଏୟାର ମାର୍ଶାଲ ଅବଧେଶ କୁମାର ଭାରତୀ ପାକିସ୍ତାନୀ ପରମାଣୁ କେନ୍ଦ୍ରଗୁଡ଼ିକର କୌଣସି କ୍ଷତି ହେବାର ସମ୍ଭାବନାକୁ ଖଣ୍ଡନ କରିଦେଇଥିଲେ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଆହତ ହେଲେ ସାଂସଦ

ପରମାଣୁ କେନ୍ଦ୍ର ଉପରେ ଆକ୍ରମଣର ପ୍ରଶ୍ନରେ, ଏୟାର ମାର୍ଶାଲ ଭାରତୀ କହିଥିଲେ ଯେ, ଆମେ କିରାନା ହିଲ୍ସର ଷ୍ଟେସନଗୁଡ଼ିକୁ ଟାର୍ଗେଟ କରିନାହୁଁ। ସେ କହିଥିଲେ, ଆମେ କିରାନ‌ା ହିଲ୍ସକୁ ଛୁଇଁ ନାହୁଁ। 

ଅପରେସନ ସିନ୍ଦୂର ପରେ ପାକିସ୍ତାନ ଭାରତ ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ଆରମ୍ଭ କରିଥିଲା, କିନ୍ତୁ ଭାରତ ସମସ୍ତ ଆକ୍ରମଣକୁ ନିରପେକ୍ଷ କରିଥିଲା। ଏହା ପରେ, ଭାରତୀୟ ସଶସ୍ତ୍ର ସେନା ପ୍ରତିଆକ୍ରମଣ ଆରମ୍ଭ କରି ପାକିସ୍ତାନର ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିଥିଲେ। ଭାରତର ଡ୍ରୋନ୍ ଆକ୍ରମଣ ଯୋଗୁ ପାକିସ୍ତାନର ଅନେକ ସାମରିକ ଘାଟି କ୍ଷତିଗ୍ରସ୍ତ ହୋଇଛି।

ଅଧିକ ପଢ଼ନ୍ତୁ: ସେନା ପିଓକେକୁ ଅଧିକାର କରିପାରିଥାନ୍ତା, ମୋଦୀ ଆମେରିକାର ଚାପରେ କାହିଁକି ମୁଣ୍ଡ ନୁଆଁଇଲେ: ଅସ୍ତ୍ରବିରତି ପ୍ରସଙ୍ଗରେ କେନ୍ଦ୍ରକୁ ପ୍ରଶ୍ନ କଲା ଆପ୍

kairana-hill | pakistan

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe