ନୁହରେ ଇଣ୍ଟରନେଟ୍‌ ଉପରୁ କଟକଣା ହଟିଲା: ୨ ଦିନ କର୍ଫ୍ୟୁ କୋହଳ

Advertisment
ଭାରତରେ ସର୍ବାଧିକ ‘ଇଣ୍ଟରନେଟ୍‌ ବନ୍ଦ’: ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ, ସାରା ବିଶ୍ବରେ ୧୮୭, କେବଳ ଭାରତରେ ୮୪ ଥର

IndiaTodayNE

ନୂଆଦିଲ୍ଲୀ : ହରିୟାଣାର ନୁହରେ ସାମ୍ପ୍ରଦାୟିକ ହିଂସା ହେବାର ୨ ସପ୍ତାହ ପରେ ଆଜି ମୋବାଇଲ ଇଣ୍ଟରନେଟ୍‌ ସେବା ଉପରେ ଲାଗିଥିବା କଟକଣା ହଟିଛି। ଜୁଲାଇ ୩୧ ହିଂସା ପରେ ନୁହରେ ମୋବାଇଲ ଇଣ୍ଟରନେଟ୍‌, ବ୍ରଡବ୍ୟାଣ୍ଡ୍‌ ଏବଂ ଏସ୍‌ଏମ୍‌ଏସ୍‌ ‌ସେବା ବନ୍ଦ ଥିଲା। ତେବେ ପୁଲିସ ଅନୁଯାୟୀ ରବିବାର ମଧ୍ୟରାତ୍ରିରୁ ନୁହରେ ଇଣ୍ଟରନେଟ୍‌ ସେବା ପୁଣିଥରେ ଆରମ୍ଭ ହୋଇଛି। ନୁହରେ ୨ ଦିନ ପାଇଁ କର୍ଫ୍ୟୁ ମଧ୍ୟ କୋହଳ କରାଯାଇଛି।

ସୋମବାର ଏବଂ ମଙ୍ଗଳବାର ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ଇତି ମଧ୍ୟରେ ଜିଲ୍ଲା ପ୍ରଶାସନ ଲୋକମାନଙ୍କୁ ‌ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ୍‌ ନକରିବାପାଇଁ ଅନୁରୋଧ କରିଛନ୍ତି। ହିଂସା ଯୋଗୁଁ ବନ୍ଦ ଥିବା ସମସ୍ତ ସ୍କୁଲ୍‌ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନ ଅଗଷ୍ଟ ୧୧ରେ ଖୋଲାଯାଇଛି। ହରିୟାଣା ରାଜ୍ୟ ପରିବହନ ବସ୍‌ ସେବା ମଧ୍ୟ ପୁଣିଥରେ ଆରମ୍ଭ ‌ହୋଇଛି। ସ୍ବାଧୀନତା ଦିବସ ପାଇଁ ନୁହରେ ରବିବାରଠାରୁ ହର୍‌ ଘର୍‌ ତିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଡେପୁଟି କମିସନର ଧୀରେନ୍ଦ୍ର ଖରଗତା କହିଛନ୍ତି, ଏହି ଅଭିଯାନ ଅଧୀନରେ ନୁହରେ ସବୁ ଘରେ ଏବଂ ସରକାରୀ ପ୍ରତିଷ୍ଠାନରେ ଜାତୀୟ ପତାକା ଉଡ଼ାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe