ଭୋପାଳ: ମଧ୍ୟପ୍ରଦେଶରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏହା ନିଯୁକ୍ତି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ରାଜ୍ୟର ଯୁବବର୍ଗମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଯେଉଁ କାରଣରୁ ବେକାର ଯୁବବର୍ଗମାନେ ରାସ୍ତାରେ ଓହ୍ଲାଇଛନ୍ତି।
ମଧ୍ୟପ୍ରଦେଶର ଏକ ସରକାରୀ ନିଯୁକ୍ତି ପରୀକ୍ଷାରେ ଜଣେ ପ୍ରାର୍ଥୀ ୧୦୦ରୁ ୧୦୧.୬୬ ନମ୍ବର ପାଇଥିଲେ। ଏହି ଅଦ୍ଭୁତ ଫଳାଫଳ ଯୁବବର୍ଗର ନିଯୁକ୍ତି ଆଶାୟୀମାନଙ୍କ ଅସନ୍ତୋଷର ପରିବେଶ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ବେକାର ଯୁବବର୍ଗମାନେ ଇନ୍ଦୋରରେ ଏକ ବିଶାଳ ପ୍ରଦର୍ଶନ କରିଥିଲେ ଏବଂ ପରୀକ୍ଷାରେ ଠକେଇ ହୋଇଥିବା ଅଭିଯୋଗ କରି ନ୍ୟାୟଯୁକ୍ତ ତଦନ୍ତ ଦାବି କରିଥିଲେ।
ମଧ୍ୟପ୍ରଦେଶର କର୍ମଚାରୀ ଚୟନ ବୋର୍ଡ ଦ୍ୱାରା କରାଯାଇଥିବା ଏହି ପରୀକ୍ଷାର ଫଳାଫଳ ଘୋଷଣା ସମୟରେ କୁହାଯାଇଥିଲା ଯେ, ଏହି ନିଯୁକ୍ତି ପରୀକ୍ଷାରେ ସାଧାରଣକରଣ(ନର୍ମାଲାଇଜେସନ) ପ୍ରକ୍ରିୟା ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ଆଶାୟୀ ପ୍ରାର୍ଥୀମାନେ ୧୦୦ ରୁ ଅଧିକ ନମ୍ବର କିମ୍ବା ଶୂନ୍ୟ ମାର୍କରୁ କମ୍ ପାଇପାରନ୍ତି। ସମସ୍ତ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ପରୀକ୍ଷଣର ବିଭିନ୍ନ ଢାଞ୍ଚା କିମ୍ବା ଅସୁବିଧାସ୍ତର ଥିବାବେଳେ ଏହି ପ୍ରକ୍ରିୟା ଗ୍ରହଣ କରାଯାଇଥାଏ ।
ତେବେ ଏହି ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ବିଶେଷକରି ଯେତେବେଳେ ଜଣେ ପ୍ରାର୍ଥୀ ପୂର୍ଣ୍ଣ ସଂଖ୍ୟା ୧୦୦ ନମ୍ବର ଥିବା ପେପରରେ ୧୦୧.୬୬ ମାର୍କ ପାଇଥିଲେ ଏବଂ ପରୀକ୍ଷାରେ ଶୀର୍ଷରେ ରହିଥିଲେ। ଏହି ଫଳାଫଳ ଯୁବବର୍ଗମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଏବଂ ସେମାନେ ଏହାକୁ ପରୀକ୍ଷାରେ ଏକ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ।
ବିକ୍ଷୋଭକାରୀଙ୍କ କହିବାନୁସାରେ, ମଧ୍ୟପ୍ରଦେଶ ପରୀକ୍ଷା ଇତିହାସରେ ଏହା ପ୍ରଥମ ଘଟଣା। ଜଣେ ପ୍ରାର୍ଥୀ ୧୦୦ରୁ ୧୦୧.୬୬ ନମ୍ବର ପାଇଛନ୍ତି। ଏହି ଅସାଧାରଣ ଫଳାଫଳକୁ ନେଇ ପ୍ରଶ୍ନ ଉଠିଛି।
ଏହି ପ୍ରତିବାଦରେ ଯୋଗଥିବା ଆଶାୟୀ କହିଛନ୍ତି ଯେ, ଏହି ଘଟଣା କେବଳ ଅଜବ ନୁହେଁ, ଏହା ମଧ୍ୟପ୍ରଦେଶର ପରୀକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ସନ୍ଦେହ ସୃଷ୍ଟି କରିଛି। ଆଶାୟୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି ଶ୍ରେଷ୍ଠ ଦୁଇ ପ୍ରାର୍ଥୀ ସମାନ ଜିଲ୍ଲା ସତନାର ଥିଲେ, ଯାହା ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ବିକ୍ଷୋଭକାରୀମାନେ ଏହାକୁ ସନ୍ଦେହଜନକ ବୋଲି କହିବା ସହ ଏହାକୁ ପରୀକ୍ଷାରେ ଠକେଇ ହୋଇଥିବାର ସଙ୍କେତ ବୋଲି ବିବେଚନା କରିଛନ୍ତି।
ଏହି ନିଯୁକ୍ତି ପରୀକ୍ଷାରେ ସମ୍ଭାବ୍ୟ ଜାଲିଆତି ଉପରେ ନିରପେକ୍ଷ ତଦନ୍ତ କରାଯିବାକୁ ବିକ୍ଷୋଭକାରୀମାନେ ଦାବି କରିଛନ୍ତି। ସେମାନେ କହିଛନ୍ତି, ଯଦି ଏହି ଘଟଣାର ଅନୁସନ୍ଧାନ ନ ହୁଏ ଏବଂ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ରାଜ୍ୟର ବେକାର ଯୁବବର୍ଗମାନେ ଏହାକୁ ବିରୋଧ କରିବେ।
ଏହା ବ୍ୟତୀତ ଗ୍ୱାଲିୟର ଏବଂ ଭୋପାଳର କେତେକ ପରୀକ୍ଷା କେନ୍ଦ୍ରରୁ ଟପ୍ ପ୍ରାର୍ଥୀଙ୍କ ଫଳାଫଳକୁ ନେଇ ସ୍ୱର ଉତ୍ତୋଳନ କରାଯାଇଛି। ବିକ୍ଷୋଭକାରୀ ଯୁବବର୍ଗ ଏହା ମଧ୍ୟ କହିଛନ୍ତି ଯେ, ଏହି କେନ୍ଦ୍ରଗୁଡିକରେ ପରୀକ୍ଷା ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିଛି ଏବଂ ଏହାର ତଦନ୍ତ କରାଯାଉ।
ଅଧିକ ପଢ଼ନ୍ତୁ: ସିରିଆ ପରେ ଏବେ ଲିବିୟା ଉପରେ ପୁଟିନଙ୍କ ନଜର
ଏହି ଘଟଣାର ନିରପେକ୍ଷ ଏବଂ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ନିବେଦନ କରିଛନ୍ତି। ସନ୍ଦେହଜନକ ପରୀକ୍ଷା କେନ୍ଦ୍ରର ଯାଞ୍ଚ କରାଯାଉ ଏବଂ ଆବଶ୍ୟକ ସ୍ଥଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନେ ରାଜ୍ୟ ସରକାରଙ୍କ ନିକଟରୁ ଦାବି କରିଛନ୍ତି।
ବିକ୍ଷୋଭକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଏହି ମାମଲାରେ ଦୋଷୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ତେବେ ବେକାର ଯୁବବର୍ଗ ଏକ ବିଶାଳ ଆନ୍ଦୋଳନ ଆରମ୍ଭ କରିବାକୁ ବାଧ୍ୟ ହେବେ।
ଅଧିକ ପଢ଼ନ୍ତୁ: ତୈଳଭଣ୍ଡାର ପାଇଁ ଯୁଦ୍ଧ: ଆମେରିକାକୁ ଖାତିର ନ କରି ଏର୍ଦୋଗନଙ୍କ ଆକ୍ରମଣ ଯୋଜନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/12/17/9dy9Wf3TxtEF0YX48dXo.jpg)