ଏଣିକି ରାଷ୍ଟ୍ରପତିଙ୍କ ଗାଡ଼ିରେ ବି ନମ୍ବର ପ୍ଲେଟ୍‌

Advertisment

ମୋଟର ଯାନ ଆଇନର ସମାନ ଉପଯୋଗ

ମୋଟର ଯାନ ଆଇନର ସମାନ ଉପଯୋଗ

ଏଣିକି ରାଷ୍ଟ୍ରପତିଙ୍କ ଗାଡ଼ିରେ ବି ନମ୍ବର ପ୍ଲେଟ୍‌

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ସମେତ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଙ୍କ ପରି ଦେଶର ସମସ୍ତ ସାମ୍ବିଧାନିକ ମୁଖ୍ୟଙ୍କ ଗାଡ଼ିରେ ଏଣିକି ସେମାନେ ବ୍ୟବହାର କରୁଥିବା ଗାଡ଼ିରେ ପଞ୍ଜୀକରଣ ନମ୍ବର ଲାଗିବ। ସମ୍ପ୍ରତି ସେହି ସବୁ ଯାନରେ କେବଳ ଭାରତ ସରକାରଙ୍କ ପ୍ରତୀକ ସ୍ୱରୂପ ଅଶୋକ ସ୍ତମ୍ଭ ଚିହ୍ନ ଲାଗୁଥିବା ବେଳେ ସରକାର ସେଥିରେ ପରିବର୍ତ୍ତନ ଆଣିବାକୁ ଚାହିଛନ୍ତି। ତେବେ ମୋଟର ଯାନ ଆଇନର ଉଲ୍ଲଂଘନ ହେଉଥିବା ଦର୍ଶାଇ ରୁଜୁ ଜନ ସ୍ୱାର୍ଥ ମାମଲାରେ ଅଦାଲତଙ୍କ ପରାମର୍ଶ କ୍ରମେ ସରକାର ଏହି ପଦକ୍ଷେପ ନେଉଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଏହି ସବୁ ସାମ୍ବିଧାନିକ ମୁଖ୍ୟଙ୍କ ଗାଡ଼ି ସମେତ ବୈଦେଶିକ ମନ୍ତ୍ରଣାଳୟର ପ୍ରୋଟୋକଲ ବିଭାଗ ଦ୍ୱାରା ବିଭିନ୍ନ ବିଦେଶୀ ଅତିଥିଙ୍କୁ ପରିବହନ କରୁଥିବା ଗାଡ଼ିଗୁଡ଼ିକରେ କୌଣସି ପଞ୍ଜୀକରଣ ନମ୍ବର ଲାଗିନଥାଏ। ସେଗୁଡ଼ିକ କେବଳ ଭାରତ ସରକାରଙ୍କ ପ୍ରତୀକ ଅଶୋକ ସ୍ତମ୍ଭ ଚିହ୍ନ ଦ୍ୱାରା ପରିଚିତ ହୋଇ ଆସୁଛି। ତେବେ ଏହାଦ୍ୱାରା ମୋଟର ଯାନ ଆଇନ-୧୯୮୮ର ଧାରା ୪୧(୬) ଉଲ୍ଲଂଘନ ହେଉଛି ବୋଲି ନାଗରିିକ ସଂଗଠନ ‘ନ୍ୟାୟଭୂମି’ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏପରିକି ଏଥିପାଇଁ ପରିବହନ ଅଧିକାରୀ ଏବଂ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉକ୍ତ ସଂଗଠନ ଦାବି କରିଥିଲା। ଏହି ମାମଲାର ଶୁଣାଣି କରି ମାନ୍ୟବର ଅଦାଲତ ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କ ଠାରୁ ଏ ଦିଗରେ ଉତ୍ତର ଲୋଡ଼ିଥିଲେ। ସେହି ଅନୁସାରେ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ସେମାନଙ୍କ ଗାଡ଼ିରେ ପଞ୍ଜୀକରଣ ଲଗାଇବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe