୬୦ ହଜାର ଟଙ୍କାର ସ୍କୁଟିରେ ଲାଗିବ ୧୮ ଲକ୍ଷ ଟଙ୍କାର ନମ୍ବରପ୍ଲେଟ

Advertisment
ଭୁ‌ବନେଶ୍ବରରେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବ୍ୟବହୃତ ସ୍କୁଟି ଜବତ

photo-representational

ସିମଲା: ୧୮ ଲକ୍ଷ ଟଙ୍କାର ସଉକ | କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏକଥା କିନ୍ତୁ ସମ୍ପୂର୍ଣ୍ଣ ସତ | ହିମାଚଳ ପ୍ରଦେଶରେ ଏକ କମ୍ପାନୀ ୬୦ ହଜାର ଟଙ୍କାର ସ୍କୁଟି ପାଇଁ ଭିଭିଆଇପି ନମ୍ବର ବା ଫ୍ୟାନସି ନମ୍ବର ପାଇବା ପାଇଁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି | ମିଳିଥିବା ସୂଚନା ମୁତାବକ ଏହି କମ୍ପାନୀ ପରିବହନ ବିଭାଗରୁ ସ୍କୁଟି ପାଇଁ ଫ୍ୟାନସି ନମ୍ବର 'ଏଚପି ୯୦-୦୦୦୯' ପାଇବାକୁ ଚାହୁଁଥିଲା।

publive-image photo-representational

କମ୍ପାନୀ ଭିଆଇପି ନମ୍ବର ପାଇଁ ଅନଲାଇନ୍ ବିଡ୍ ରେ ଅଂଶଗ୍ରହଣ କରିଥିଲା ​​ଏବଂ ସର୍ବାଧିକ ବିଡ୍ ପରେ ନମ୍ବର ପାଇଥିଲା | ଏକ ସପ୍ତାହ ଧରି ଚାଲିଥିବା ଅନଲାଇନ ବିଡିଂ ପାଇଁ କମ୍ପାନୀ ଦ୍ୱାରା ୧୮ ଲକ୍ଷ ୨୨ ହଜାର ୫୦୦ ଟଙ୍କାରେ ବିଡ୍ କରାଯାଇଥିଲା।

ବର୍ତ୍ତମାନ କମ୍ପାନୀକୁ ଏହି ରାଶି ତିନି ଦିନ ମଧ୍ୟରେ ପରିବହନ କାର୍ଯ୍ୟାଳୟରେ ଜମା କରିବାକୁ ପଡିବ, ଏହା ପରେ ସେମାନେ ସ୍କୁଟିରେ ଲଗାଇବାକୁ ଏହି ଭିଆଇପି ନମ୍ବର ପାଇବେ | ତେବେ କିଛି ଲୋକ ଏହି ଭିଆଇପି ନମ୍ବର ପାଇଁ ୧୦ ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଡିଂ କରିଥିଲେ | କିନ୍ତୁ ଏହି କମ୍ପାନୀ ଶେଷରେ ଏହାକୁ ହାତେଇବାରେ ସଫଳ ହୋଇଥିଲା | ଗତ ସପ୍ତାହରେ ରାଜ୍ୟ ସରକାର ଭିଆଇପି ନମ୍ବର ପାଇଁ ଖୋଲା ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe