ସୁପ୍ରିମକୋର୍ଟରେ ନୂପୁର ଶର୍ମାଙ୍କ ସାନି ଆବେଦନ : କଠୋର ସମାଲୋଚନା ପରେ ମୋ ଜୀବନ ବିପଦରେ, ମୋତେ ମିଳୁଛି ବଳାତ୍କାର ଧମକ

Advertisment
ସୁପ୍ରିମକୋର୍ଟରେ ନୂପୁର ଶର୍ମାଙ୍କ ସାନି ଆବେଦନ : କଠୋର ସମାଲୋଚନା ପରେ ମୋ ଜୀବନ ବିପଦରେ, ମୋତେ ମିଳୁଛି ବଳାତ୍କାର ଧମକ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ମାମଲାରେ ସୁପ୍ରିମକୋର୍ଟରେ ପୁଣି ଥରେ ହାଜର ହୋଇଛନ୍ତି । ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ୯ଟି ଏଫ୍ଆଇଆରରେ ଗିରଫଦାରୀ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ ଦୋହରାଇଛନ୍ତି । ପ୍ରଥମ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କ ଅପ୍ରତ୍ୟାଶିତ ତଥା କଠୋର ସମାଲୋଚନା ପରେ ତାଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି ଏବଂ ତାଙ୍କୁ ବଳାତ୍କାର ଧମକ ଦିଆଯାଉଛି ବୋଲି ନୂପୁର ଶର୍ମା ସୁପ୍ରିମକୋର୍ଟରେ ଏକ ସାନି ପିଟିସନ ଦାଖଲ କରିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀରେ ଦିଆଯାଇଥିବା ଏଫଆଇଆର ପ୍ରଥମ ହୋଇଥିବାରୁ ଅନ୍ୟ ସ୍ଥାନରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ ଦିଲ୍ଲୀ ମାମଲା ସହିତ ସଂଯୁକ୍ତ କରାଯାଉ ।

ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ଏଫଆଇଆର ଦିଲ୍ଲୀ ସ୍ଥାନାନ୍ତର କରିବାକୁ ଆବେଦନ ଉପରେ ସୁପ୍ରିମକୋର୍ଟ ନୂପୁର ଶର୍ମାଙ୍କୁ କଡା ସମାଲୋଚନା କରିଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ, କେବଳ ଜଣେ ମହିଳାଙ୍କ ପାଇଁ ଆଜି ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି ଏବଂ ପରିବେଶ ବିଗିଡି ଯାଇଛି। କୋର୍ଟଙ୍କ ଏହି ଆକ୍ଷେପମୂଳକ ମନ୍ତବ୍ୟ ପରେ ନୂପୁର ଶର୍ମା ନିଜ ଆବେଦନ ପ୍ରତ୍ୟାହାର କରିନେଇଥିଲେ । ବର୍ତ୍ତମାନ ସେ ପୁଣି ଦ୍ୱିତୀୟ ଥର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।

ସୂଚନା ମୁତାବକ, ନିକଟ ଅତୀତରେ ଜ୍ଞାନବାପି ମସ୍‌ଜିଦ୍ ମାମଲାରେ ଏକ ଟେଲିଭିଜନ୍ ଚାନେଲ୍‌ରେ  ବିତର୍କ ଚାଲିଥିବା ବେଳେ ବିଜେପିର ମୁଖପାତ୍ର ନୂପୁର ଶର୍ମା ମହାପୁରୁଷ ମହମ୍ମଦଙ୍କ ସଂକ୍ରାନ୍ତରେ ବିବାଦୀୟ ମନ୍ତବ୍ୟ ଦେଇ ସାରା ବିଶ୍ୱରେ ନିନ୍ଦିତ ହେଇଥିଲେ । ଧାର୍ମିକ ଭାବନାକୁ ଆଘାତ ଦେଇଥିବା ହେତୁ ସାରା ଦେଶରେ ନୂପୁର ଶର୍ମାଙ୍କ ବିରୋଧରେ ମୋଟ ନଅଟି ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିଲା। ବଢୁଥିବା ବିବାଦକୁ ଦେଖି ବିଜେପି ନୂପୁର ଶର୍ମାଙ୍କୁ ଜୁନ୍ ୫ରେ ଦଳରୁ ନିଲମ୍ବିତ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe