ନୂପୁର ଶର୍ମାଙ୍କ ସମର୍ଥନରେ ବାହାରିଲେ ଅଭିନେତ୍ରୀ କଙ୍ଗନା

Advertisment
ନୂପୁର ଶର୍ମାଙ୍କ ସମର୍ଥନରେ ବାହାରିଲେ ଅଭିନେତ୍ରୀ କଙ୍ଗନା

Image Courtesy: MidDay

ମୁମ୍ବାଇ: ମହାପୁରୁଷ ମହମ୍ମଦଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟକୁ ନେଇ ଆନ୍ତର୍ଜାତିକ ନିନ୍ଦା ମଧ୍ୟରେ ବଲିଉଡ୍‌ର ଅଭିନେତ୍ରୀ କଙ୍ଗନା ରାଣାୱତ ମଙ୍ଗଳବାର ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କୁ ସମର୍ଥନ ଜଣାଇଛନ୍ତି। ଅଭିନେତ୍ରୀ କଙ୍ଗନା ରାଣାୱତ କହିଛନ୍ତି, ‘ସେ (ନୂପୁର) ତାଙ୍କ ନିଜସ୍ୱ ମତାମତ ଦେବାକୁ ହକଦାର’ ଅଟନ୍ତି।
ଉଲ୍ଲେଖଯୋଗ୍ୟ, ମହାପୁରଷ ମହମ୍ମଦଙ୍କ ବିରୋଧରେ ବିବାଦୀୟ ଅପମାନଜନକ ମନ୍ତବ୍ୟକୁ ନେଇ କିଛି ମୁସଲମାନ ଦେଶରେ ତୀବ୍ର ପ୍ରତିକ୍ରିୟା ସହିତ ବିରୋଧ ବୃଦ୍ଧି ପାଇଥିବାରୁ ବିଜେପି ରବିବାର ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିଛି।

ଏହି ପରିପ୍ରେକ୍ଷୀରେ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଇନଷ୍ଟାଗ୍ରାମରେ ଏହି କାରଣ ପାଇଁ ନୂପୁର ଶର୍ମାଙ୍କୁ ମିଳିଥିବା ହତ୍ୟା ଧମକକୁ ନିନ୍ଦା କରଛନ୍ତି ଏବଂ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ଯଦି ସେମାନେ ଚାହାନ୍ତି ତେବେ ଏକ ଟିଭି ବିତର୍କ ସମୟରେ ନୂପୁର ଶର୍ମା ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ନୂପୁର ତାଙ୍କ ମତାମତ ଦେବା ପାଇଁ ହକଦାର। ମୁଁ ତାଙ୍କୁ ଟାର୍ଗେଟ କରି କରା ଯାଉଥିବା ସମସ୍ତ ପ୍ରକାରର ଧମକକୁ ଦେଖୁଛି। ଯେତେବେଳେ ହିନ୍ଦୁ ଭଗବାନଙ୍କୁ ଅପମାନିତ କରାଯାଏ ସେତେବେଳେ ଆମେ କୋର୍ଟକୁ ଯାଆନ୍ତି। ଆଇନକୁ ନିଜେ ହାତକୁ ନେଇ ଖେଳିବାର ଆବଶ୍ୟକତା ନାହିଁ। ଏଇଟା ଆଫଗାନିସ୍ତାନ ନୁହେଁ। ଆମର ଏକ ଉପଯୁକ୍ତ କାର୍ଯ୍ୟକ୍ଷମ ସରକାର ଅଛି ଯାହା ଗଣତନ୍ତ୍ର ନାମକ ଏକ ପ୍ରକ୍ରିୟା ମଧ୍ୟରେ ନିର୍ବାଚିତ ହୋଇଛି। ଯେଉଁମାନେ ଏହି ସତ୍ୟକୁ ଭୁଲି ଯାଉଛନ୍ତି ଏହା ସେମାନଙ୍କ ପାଇଁ କେବଳ ଏକ ସ୍ମାରକ ମାତ୍ର।

ଯେତେବେଳେ ନୂପୁର ଶର୍ମା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଧମକ ମିଳୁଛି ଏବଂ ତାଙ୍କ ମନ୍ତବ୍ୟକୁ ନେଇ ତାଙ୍କୁ ହଇରାଣ କରାଯାଉଛି, ତାହାର କିଛି ଘଣ୍ଟା ପରେ ଅଭିନେତ୍ରୀ ରାଣାୱତଙ୍କ ଏହି ବିବୃତ୍ତି ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe