ବହୁ ବର୍ଷ ପରେ ଫେରିଲା ଆଫଗାନି ଆମ୍ବ 'ନୁରଜାହାନ', କିଣିବାକୁ ଭାବୁଥିଲେ ୧୦ ଥର ଭାବିବେ!

Advertisment
ବହୁ ବର୍ଷ ପରେ ଫେରିଲା ଆଫଗାନି ଆମ୍ବ 'ନୁରଜାହାନ', କିଣିବାକୁ ଭାବୁଥିଲେ ୧୦ ଥର ଭାବିବେ!

photo-Financial express

ଭୋପାଳ: ବହୁ ବର୍ଷ ପରେ ପୁଣି ଫଳିଛି ଆଫଗାନ ପ୍ରଜାତିର ଆମ୍ବ 'ନୁରଜାହାନ' | ପ୍ରତିକୂଳ ପାଗ ଯୋଗୁଁ କିଛି ବର୍ଷ ହେଲା ଫଳୁନଥିବା ଏହି ଆମ୍ବ ଚଳିତ ବର୍ଷ ଫଳିଛି | ଆପଣ ଭାବୁଥିବେ ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ? ବାସ୍ତବରେ ଏହି ଆମ୍ବ ଏତେ ସୁସ୍ୱାଦୁ ହୋଇଥାଏ ଯେ ଲୋକ ଉଚ୍ଚା ଦାମ ଦେଇ ଏହାର ବୁକିଂ କରିଥାନ୍ତି | ଆଉ ଆମ୍ବ ପାଚିଲେ ହିଁ ନେଇଥାନ୍ତି | କିଛି ବର୍ଷ ହେଲା ପ୍ରତିକୂଳ ପାଗ ଯୋଗୁଁ 'ନୁରଜାହାନ' ଆମ୍ବ ଫଳିନଥିଲା | ଆଉ ନୁରଜାହାନ ପ୍ରେମୀମାନେ ନିରାଶ ହୋଇଥିଲେ। ଅବଶ୍ୟ, ଏଥର ଅନୁକୂଳ ପାଗ ଯୋଗୁଁ ଭଲ ଆମ୍ବ ଫଳିଛି |

ଏହି କାରଣରୁ, ଏହି ଆମ୍ବଗୁଡିକ ପାଚିବା ପୂର୍ବରୁ ମଧ୍ୟ ଅଧିକ ମୂଲ୍ୟରେ ବୁକ୍ କରାଯାଇଛି | ମଧ୍ୟପ୍ରଦେଶର ଆଲିରାଜପୁର ଜିଲ୍ଲାର କାଟିୱାଡା ଅଞ୍ଚଳରେ ହିଁ ନୁରଜାହାନ ଆମ୍ବ ମିଳୁଥିବାବେଳେ ଆମ୍ବ ବଗିଚାର ମାଲିକ ଶିବରାଜ ସିଂ ଯାଦବ କହିଛନ୍ତି, “ମୋ ବଗିଚାରେ ତିନୋଟି ନୁରଜାହାନ ଆମ୍ବ ଗଛରେ ସମୁଦାୟ ୨୫୦ ଆମ୍ବ ଫଳିଛି । ଏଗୁଡିକର ପୂର୍ବରୁ ବୁକିଂ ହୋଇସାରିଛି |

ଲୋକମାନେ ନୁରଜାହାନର ଆମ୍ବ ଗୋଟିକ ପିଛା ୫୦୦ ରୁ ୧୦୦୦ ଟଙ୍କା ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ପୂର୍ବରୁ ନୁରଜାହାନ ଆମ୍ବ ବୁକ୍ କରିଛନ୍ତି ସେମାନଙ୍କ ମଧ୍ୟରେ ଅଧିକାଂଶ ମଧ୍ୟପ୍ରଦେଶ ତଥା ପଡୋଶୀ ଗୁଜୁରାଟର ଆମ୍ବପ୍ରେମୀ ଅଛନ୍ତି। ଯାଦବ କହିଛନ୍ତି, 'ଏଥର ନୁରଜାହାନ ଆମ୍ବର ଓଜନ ଦୁଇରୁ ସାଢେ ତିନି କିଲୋଗ୍ରାମ ମଧ୍ୟରେ ହୋଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe