ଫାଇଜର ଟିକା ନେବାର ୩ସପ୍ତାହ ପରେ ନର୍ସ ହେଲେ କରୋନା ସଂକ୍ରମିତ

Advertisment
ଫାଇଜର ଟିକା ନେବାର ୩ସପ୍ତାହ ପରେ ନର୍ସ ହେଲେ କରୋନା ସଂକ୍ରମିତ

Metro

ନୂଆଦିଲ୍ଲୀ: ଫାଇଜରର କରୋନା ଟିକା ନେବାର ତିନି ସପ୍ତାହ ପରେ ବ୍ରିଟେନର ଜଣେ ନର୍ସ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି।

ବ୍ରିଟେନର ୱେଲ୍ସରେ ବସବାସ କରୁଥିବା ନର୍ସ କହିଛନ୍ତି ଯେ ସେ ଫାଇଜରର ଦ୍ୱିତୀୟ ଟିକା ନେବାକୁ ଅପେକ୍ଷା କରିଥିଲେ। ସେହି ସମୟରେ ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ପ୍ରଥମ ଟିକା ନେବା ପରେ ବି କରୋନା ପିଜିଟିଭି ଚିହ୍ନଟ ହେବାରୁ ସେ ଭାଙ୍ଗି ପଡ଼ିଥିଲେ। ମନରେ ତାଙ୍କର ରାଗ ବି ଆସିଥିଲା।

corona vaccination

ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ଫାଇଜର-ବାୟୋନଟେକ୍ କୋଭିଡ୍-୧୯ ଟିକା ଗ୍ରହଣ କରିବାର ଆଠଦିନ ପରେ ଆମେରିକା କାଲିଫର୍ନିଆର ସାନ ଡିଏଗୋର ଜଣେ ପୁରୁଷ ନର୍ସ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ନର୍ସ ମାଥ୍ୟୁ ଡବ୍ଲ୍ୟୁଙ୍କ ବାହୁରେ ଟିକା ନେବାର ଗୋଟିଏ ଦିନ ପାଇଁ ଯନ୍ତ୍ରଣା ଅନୁଭବ ହୋଇଥିଲା। କିନ୍ତୁ ସେ ଅନ୍ୟ କୌଣସି ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ଭୋଗି ନଥିଲେ। ହେଲେ, ରିପୋର୍ଟ ଅନୁଯାୟୀ ଛଅ ଦିନ ପରେ ସେ ଅସୁସ୍ଥ ହୋଇ ପଡିଥିଲେ।

corona vaccination

ଫାଇଜର କମ୍ପାନି ଦାବି କରିଥିଲା ଯେ ଏହି ଟିକା କରୋନାରୁ ରକ୍ଷା ପାଇବା ପାଇଁ ୯୫ ପ୍ରତିଶତ ସଫଳ ରହିଛି। ଏହାକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ଟୀକାକରଣ ପରେ ରୋଗ ପ୍ରତିରୋଧକ ଶକ୍ତି ପ୍ରସ୍ତୁତ ହେବାରେ ସମୟ ଲାଗିପାରେ। ଏହି କାରଣରୁ ଲୋକମାନଙ୍କୁ ଟୀକାକରଣ ପରେ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବା ନିହାତି ଆବଶ୍ୟକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe