କରୋନା ପୀଡ଼ିତାଙ୍କ ମୋବାଇଲ ଫୋନ୍ ବ୍ୟବହାର କରି କୋଭିଡ-୧୯ର ଶିକାର ହେଲେ ଚିକିତ୍ସା କରୁଥିବା ନର୍ସ

Advertisment
କରୋନା ପୀଡ଼ିତାଙ୍କ ମୋବାଇଲ ଫୋନ୍ ବ୍ୟବହାର କରି କୋଭିଡ-୧୯ର ଶିକାର ହେଲେ ଚିକିତ୍ସା କରୁଥିବା ନର୍ସ

Times of India

ଚଣ୍ଡିଗଡ: ହରିୟାଣାରେ ଜଣେ ୩୨ବର୍ଷ ବୟସ୍କା ନର୍ସ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି | ତାଙ୍କ ଅଧୀନରେ ଚିକିତ୍ସିତ ହେଉଥିବା ଜଣେ କୋଭିଡ୍-୧୯ ରୋଗୀଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରିବା ପରେ ସେ ଏହି ମାରାତ୍ମକ ଭାଇରସର ଶିକାର ହୋଇଥିବା ସୂଚନା ମିଳିଛି।

ହରିୟାଣାର ପଞ୍ଚକୁଲାରେ ଥିବା ସିଭିଲ୍ ହସ୍ପିଟାଲରେ କାମ କରୁଥିବା ଏହି ନର୍ସଙ୍କୁ ବର୍ତ୍ତମାନ ସେହି ସଂଗରୋଧ ୱାର୍ଡରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେ ଜଣେ କୋଭିଡ୍ -୧୯ ମହିଳା ରୋଗୀଙ୍କ ଦେଖାଶୁଣା କରୁଥିଲେ। ନର୍ସଙ୍କ ସମେତ ତାଙ୍କ ପରିବାରର ଚାରିଜଣ ସଦସ୍ୟ ଏବଂ ଘରର ଦୁଇ ମାଲିକଙ୍କୁ ଏବେ ସଙ୍ଗରୋଧରେ ରଖାଯାଇଥିବା ଜଣା ପଡିଛି |

Gurgaon nurse tests corona-positive in Panipat, Haryana's COVID ... The Financial Express

"ଆମେ ପ୍ରଥମ କରି କରୋନା ରୋଗୀଙ୍କ ଚିକିତ୍ସା କରୁଥିଲୁ ଏବଂ ପ୍ରଥମ କରି ସମସ୍ତ ପ୍ରୋଟୋକଲ୍ ବୁଝିବା ସାଧାରଣତଃ କଷ୍ଟସାଧ୍ୟ ଅଟେ। ପୀଡିତା ନର୍ସ ହୁଏତ କୋଭିଡ୍ -୧୯ ରୋଗୀଙ୍କ ମୋବାଇଲ୍ ଫୋନ୍ ସ୍ପର୍ଶ କରିଥାଇ ପାରନ୍ତି, ଯଦିଓ ସଙ୍ଗରୋଧ ୱାର୍ଡରେ ନିୟୋଜିତ କର୍ମଚାରୀଙ୍କୁ ଆମେ ସମ୍ପୂର୍ଣ୍ଣ ସୁରକ୍ଷାକବଚ ପ୍ରଦାନ କରିଛୁ କିନ୍ତୁ ଏପରି ସମ୍ଭାବନାକୁ ଏଡାଇ ଦିଆଯାଇପାରିବନି ବୋଲି ପଞ୍ଚକୁଲା ସିଭିଲ ହସ୍ପିଟାଲର ସିଭିଲ ସର୍ଜନ ଜସଜିତ୍ କୌର କହିଛନ୍ତି।

ବିଶେଷଜ୍ଞଙ୍କ ଅନୁଯାୟୀ, ନୋବେଲ କରୋନାଭାଇରସ୍ ୯ଘଣ୍ଟା ପର୍ଯ୍ୟନ୍ତ କୌଣସି ପୃଷ୍ଠରେ ବଞ୍ଚିପାରେ | ଅନେକ ଗବେଷଣା ସୂଚିତ କରିଛି ଯେ, ମୋବାଇଲ୍ ଫୋନ୍ ହେଉଛି ଭୂତାଣୁମାନଙ୍କର ମୁଖ୍ୟ ବାହକ | ଏହି ସମୟରେ ସାନିଟାଇଜିଂ ୱାଇପ୍ ବ୍ୟବହାର କରି ପ୍ରତି ଘଣ୍ଟାରେ ମୋବାଇଲ୍ ଫୋନ୍ ସାନିଟାଇଜ୍ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe