ସମୁଦ୍ରରେ ବୁଡ଼ିଯାଉଛି ଜାକର୍ତା; ଏବେ ନୁସଂତାରା ଇଣ୍ଡୋନେସିଆର ନୂଆ ରାଜଧାନୀ

Advertisment
ସମୁଦ୍ରରେ ବୁଡ଼ିଯାଉଛି ଜାକର୍ତା; ଏବେ ନୁସଂତାରା ଇଣ୍ଡୋନେସିଆର ନୂଆ ରାଜଧାନୀ

Image Courtesy of Jakarta Post

ନୂଆଦିଲ୍ଲୀ: ଇଣ୍ଡୋନେସିଆର ରାଜଧାନୀ ଜାକର୍ତା ସମୁଦ୍ରରେ ବୁଡ଼ିଯାଉଥିବାରୁ ଦେଶର ରାଜଧାନୀକୁ ନୁସଂତାରାକୁ ଉଠାଇ ନେବା ପାଇଁ ମଙ୍ଗଳବାର ଦିନ ଇଣ୍ଡୋନେସୀୟ ପାର୍ଲାମେଣ୍ଟ୍‌ ଆଇନ ପାସ୍‌ କରିଛି। ଦୀର୍ଘ ବର୍ଷ ଧରି ବିଚାରବିମର୍ଶ କରିବା ପରେ ଦେଶର ନେତାମାନେ ଏଭଳି ଉଲ୍ଲେଖନୀୟ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ରାଷ୍ଟ୍ରର ନୂଆ ରାଜଧାନୀ ନିମନ୍ତେ ରାଷ୍ଟ୍ରପତି ଜୋ‌କୋ ୱିଇଡୋଡୋଙ୍କ ମହତ୍ତ୍ବାକାଙ୍‌କ୍ଷୀ ୩୨ ବିଲିୟନ୍‌ ଡଲାର୍ ମୂଲ୍ୟର ଏହି ବିଶାଳ ପ୍ରକଳ୍ପରେ ରାଜଧାନୀର ବିକାଶ ପାଇଁ ଅର୍ଥ ଯୋଗାଡ଼ ଏବଂ ଶାସନ ବ୍ୟବସ୍ଥା ମଧ୍ୟ ଧାର୍ଯ୍ୟ କରାଯାଇଛି। ଇଣ୍ଡୋନେସିଆର ରାଜଧାନୀ ସ୍ଥାନାନ୍ତର ‌କରିବା ଯୋଜନା ରାଷ୍ଟ୍ରପତି ଜୋ‌କୋ ୱିଇଡୋଡୋ ୨୦୧୯ରେ ପ୍ରଥମେ ଘୋଷଣା କରିଥିଲେ। ପ୍ରାୟ ୮୦ଟି ସ୍ଥାନର ନାମରୁ ୱିଇଡୋଡୋ ନୁସଂତାରାକୁ ମନୋନୀତ କରିଥିଲେ।

ଜାକର୍ତା ସମ୍ମୁଖୀନ ହେଉଥିବା ପରିବେଶୀୟ ଜଟିଳତା ଏବଂ ସମ୍ପଦର ପୁନର୍ବଣ୍ଟନ ନିମନ୍ତେ ଏଭଳି ଉଦ୍ୟମ ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କିନ୍ତୁ, ମହାମାରୀ ଯୋଗୁଁ ରାଜଧାନୀ ସ୍ଥାନାନ୍ତରଣ ପ୍ରକ୍ରିୟାରେ ବିଳମ୍ବ ଘଟିଛି। ୨୦୨୪ ବେଳକୁ ଏହି ଯୋଜନାର ଅଗ୍ରଗତି ଘଟିବ।

publive-image Image Courtesy of The Times of Oman

ନୂଆ ରାଜଧାନୀ ନିମନ୍ତେ ଆଗତ ଚିଠା ଆଇନ୍‌ରେ ପରିଣତ ହେବା ପରେ ଯୋଜନା ମନ୍ତ୍ରୀ ସୁହାରୋ ମୋନୋଆର୍ଫୋ ସଂସଦରେ କହିଛନ୍ତି, ନୂଆ ରାଜଧାନୀର କେନ୍ଦ୍ରୀୟ କାର୍ଯ୍ୟଧାରା ରହିଛି। ଏହି ରାଜଧାନୀ ହେଉଛି ଦେଶ ପରିଚୟର ସଙ୍କେତ।

ସୂଚନାଯୋଗ୍ୟ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜାକର୍ତାରେ ବନ୍ୟା ଉପଦ୍ରୁତ ଅଞ୍ଚଳ ହୋଇପଡ଼ିବାରୁ ରାଜଧାନୀ ସ୍ଥାନାନ୍ତରଣ ଯୋଜନା କରାଯାଇଥିଲା। ଖାଲି ସେତିକି ନୁହେଁ ଏହି କୋଟି କୋଟି ଜନତା ବାସ କରୁଥିବା ବିଶାଳ ନଗରୀରେ ଭୀଷଣ ଭିଡ଼ ଏବଂ ବାୟୁ ପ୍ରଦୂଷଣ ମଧ୍ୟ ଲାଗି ରହିଛି।

ସରକାରୀ ପ୍ରଶାସନିକ ପ୍ରତିଷ୍ଠାନ ସବୁ ଉଠିଗଲେ ମଧ୍ୟ ଜାକର୍ତା ଦେଶର ବାଣିଜ୍ୟ ଏବଂ ଅର୍ଥନୈତିକ କେନ୍ଦ୍ର ହୋଇ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe