‘ଭଗବାନଙ୍କ କୃପାରୁ ଝିଅ ମୋର ସୁରକ୍ଷିତ ଅଛି, ଖୁବଶୀଘ୍ର ଦେଶକୁ ଫେରି ଆସିବ’: ନୁସ୍ରତଙ୍କ ମା’

Advertisment
‘ଭଗବାନଙ୍କ କୃପାରୁ ଝିଅ ମୋର ସୁରକ୍ଷିତ ଅଛି, ଖୁବଶୀଘ୍ର ଦେଶକୁ ଫେରି ଆସିବ’: ନୁସ୍ରତଙ୍କ ମା’

ମୁମ୍ବାଇ: ଇସ୍ରାଏଲ୍‌ ଓ ପାଲେଷ୍ଟେନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍‌ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଭାରତୀୟ ଅଭିନେତ୍ରୀ ନୁସ୍‌ରତ୍‌ ଭରୁଚା ଇସ୍ରାଏଲ୍‌ରେ ଫସି ଯାଇଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସମାନେ ଚିନ୍ତାରେ ପଡ଼ି ଯାଇଥିଲେ। ଏଭଳି ଖବର ଶୁଣିବା ପରଠାରୁ ଅଭିନେତ୍ରୀ ଯଥାଶୀଘ୍ର ଦେଶକୁ ଫେରି ଆସନ୍ତୁ ବୋଲି ତାଙ୍କ ପରିବାରଲୋକଙ୍କ ସମେତ ବନ୍ଧୁବାନ୍ଧବ ଓ ଫ୍ୟାନ୍ସମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା ଜାରି ରଖିଛନ୍ତି। ଏଭଳି ସମୟରେ ଅଭିନେତ୍ରୀ ନୁସରତଙ୍କୁ ନେଇ ଏକ ଆଶ୍ବସ୍ତିର ଖବର ସାମ୍ନାକୁ ଆସିଛି।

ନୁସରତଙ୍କ ମା’ କହିଛନ୍ତି, ‘ଝିଅ ସହିତ ଯୋଗାଯୋଗ ହୋଇଯାଇଛି। ସେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି। ସେ ଇସ୍ରାଏଲରୁ ବାହାରିବା ପାଇଁ ବିମାନବନ୍ଦରରେ ପହଞ୍ଚି ଯାଇଛନ୍ତି।‌ ସେ ଖୁବଶୀଘ୍ର ବିମାନ ଯୋଗେ ନିଜ ଦେଶକୁ ଫେରି ଆସିବେ।’

ଉଲ୍ଲେଖଯୋଗ୍ୟ, ଶନିବାର ପ୍ରତ୍ୟୁଷରୁ ଆତଙ୍କବାଦୀ ସଙ୍ଗଠନ ହମାସ୍‌ ଗାଜାରୁ ଇସ୍ରାଏଲ୍‌ ଆଡ଼କୁ ମାତ୍ର ୨୦ ମିନିଟ୍‌ ମଧ୍ୟରେ ପ୍ରାୟ ୫୦୦୦ ରକେଟ ନିକ୍ଷେପ କରି ଆକ୍ରମଣ ଆରମ୍ଭ କରିଥିଲା। ବିଭିନ୍ନ ପଥ ଓ ପାରାସୁଟ୍‌ ଯୋଗେ ମଧ୍ୟ ଅନେକ ଆତଙ୍କବାଦୀ ଇସ୍ରାଏଲ୍‌ରେ ଅନୁପ୍ରବେଶ କରିବାରେ ସଫଳ ହୋଇଥିଲେ।

ଏହି ଆକ୍ରମଣକୁ ହମାସ୍ର ମିଲ୍ଟାରି ୱିଙ୍ଗ୍ ‘ଅଲ୍ କସମ୍ ବ୍ରିଡାଗେସ୍’ ‘ଅଲ୍ ଅକ୍ସା ଫ୍ଲଡ୍’ ଅଭିଯାନ ବୋଲି ଘୋଷଣା କରିଛି। ସେହିପରି, ଇସ୍ରାଏଲ୍ ହମାସ୍ ବିରୋଧରେ ଆରମ୍ଭ କରିଥିବା ପ୍ରତିଆକ୍ରମଣକୁ ‘ଅପରେସନ୍ ଆଇରନ୍ ସୋର୍ଡସ୍’ ବୋଲି କହିଛି।

ଏଭଳି ପରିସ୍ଥିତିରେ ନୁସ୍‌ରତ୍ ‘ହାଫିଆ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ’ରେ ଯୋଗ ଦେବା ପାଇଁ ଇସ୍ରାଏଲ୍‌ ଯାଇଥିଲେ। ଏହି ସମୟରେ ସେ ସେଠାରେ ଫସି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe