ନିଜ ବିରୋଧରେ ଫତଓ୍ଵା ଜାରି ହେବା ପରେ ଏଭଳି ଉତ୍ତର ରଖିଲେ ନୁସରତ ଜହାଁ

Advertisment
ନିଜ ବିରୋଧରେ ଫତଓ୍ଵା ଜାରି ହେବା ପରେ ଏଭଳି ଉତ୍ତର ରଖିଲେ ନୁସରତ ଜହାଁ

କୋଲକାତା: ପଶ୍ଚିମବଙ୍ଗର ବସିରହାଟ୍‌ ଲୋକସଭା ଆସନରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ ସାଂସଦ ନିର୍ବାଚିତ ହୋଇଥିବା ତଥା ଅଭିନେତ୍ରୀ ନୁସରତ ଜହାଁ ମଥାରେ ସିନ୍ଦୂର ଓ ହାତରେ ଚୁଡି ଏବଂ ଶାଢ଼ି ପିନ୍ଧି ସଂସଦରେ ପହଞ୍ଚିବା ପରେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ନୁସରତ ଜହାଁ କୋଲକାତାରେ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ସାମିଲ ହେବାକୁ ଆସି ତାଙ୍କ ବିରୋଧରେ ଜାରି ହୋଇଥିବା ଫତଓ୍ଵାକୁ ନେଇ ପୁଣି ସ୍ପଷ୍ଟୀକରଣ କରି କହିଛନ୍ତି, ‘ମୁଁ ଧର୍ମ କ’ଣ ତାହା ଜାଣେ। ମୁଁ ଜନ୍ମରୁ ମୁସଲମାନ ଥିଲି ଓ ଆଜି ବି ଜଣେ ମୁସଲମାନ୍‌। ଏହା ଏକ ଅସ୍ଥାର କଥା। ଏହାକୁ ମନରୁ ଅନୁଭବ କରିବାକୁ ହୋଇଥାଏ ନା କି ମସ୍ତିଷ୍କରୁ। ମୋତେ ନେଇ ଅଜଥାରେ ବିବାଦ ସୃଷ୍ଟି କରାଯାଉଛି।

publive-image

କୋଲକାତାରେ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ନୁସରତଙ୍କୁ ମୁଖ୍ୟଅତିଥି ରୁୁପେ ନିମନ୍ତ୍ରଣ କରାଯାଇଥିଲା । ନୁସରତ ରଥରେ ପ୍ରଭୁଙ୍କ ଆଳତୀ କରିବା ସହ ପୂଜାର୍ଚ୍ଚନା କରିଥିଲେ। ତେବେ ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe