ଓସାମା ନିପାତ ଅପରେସନକୁ ଗୁପ୍ତ ରଖାଯାଇଥିଲା : ଅପରେସନକୁ ବିରୋଧ କରିଥିଲେ ତତ୍କାଳୀନ ଉପରାଷ୍ଟ୍ରପତି ବାଇଡେନ୍

ଚର୍ଚ୍ଚାରେ ଓବାମାଙ୍କ ଆତ୍ମଜୀବନୀ ପୁସ୍ତକ

ଓସାମା ନିପାତ ଅପରେସନକୁ ଗୁପ୍ତ ରଖାଯାଇଥିଲା : ଅପରେସନକୁ ବିରୋଧ କରିଥିଲେ ତତ୍କାଳୀନ ଉପରାଷ୍ଟ୍ରପତି ବାଇଡେନ୍

Politico

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ତାଙ୍କ ଆତ୍ମଜୀବନୀ ‘ଏ ପ୍ରମିସ୍‌ଡ ଲ୍ୟାଣ୍ଡ୍‌’ରେ କହିଛନ୍ତି ଯେ ଏବୋଟାବାଦରେ ମୋଷ୍ଟ୍‌ ୱାଣ୍ଟେଡ ଆତଙ୍କବାଦୀ ଓସାମା ବିନ୍‌ ଲାଦେନ୍‌ ରହୁଥିବା ସ୍ଥାନକୁ ଠାବ କରାଯିବା ପରେ ତାକୁ ନିପାତ କରିବା ପାଇଁ ଯେଉଁ ଅପରେସନ ହୋଇଥିଲା ସେଥିରେ ପାକିସ୍ତାନକୁ ସାମିଲ କରିବା ପାଇଁ ସେ ମନା କରିଦେଇଥିଲେ। ପାକିସ୍ତାନୀ ସେନା ଏବଂ ଏହାର ଗୁଇନ୍ଦା ସଂସ୍ଥା ତାଲିବାନ ଏବଂ ଅଲ୍‌କାଏଦା ସହ ସଂପର୍କରେ ରହୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଏହି ଦୁଇ ଆତଙ୍କବାଦୀ ସଂଗଠନକୁ ଭାରତ ଏବଂ ଆଫଗାନିସ୍ତାନ ବିରୋଧରେ ବ୍ୟବହାର କରାଯାଉଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିଲେ ବୋଲି ଓବାମା କହିଛନ୍ତି। ଓସାମାକୁ ୨ ମେ, ୨୦୧୧ରେ ନିପାତ କରାଯାଇଥିଲା। ଏହି ସର୍ବାଧିକ ଗୁପ୍ତ ଅପରେସନକୁ ତତ୍କାଳୀନ ପ୍ରତିରକ୍ଷା ସଚିବ ରବର୍ଟ ଗେଟ୍‌ସ ଏବଂ ପୂର୍ବ ଉପରାଷ୍ଟ୍ରପତି ତଥା ବର୍ତ୍ତମାନର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ବିରୋଧ କରିଥିଲେ। ଏହି ଅପରେସନ ସଂପର୍କରେ ବହୁତ କମ୍‌ ଲୋକ ଜାଣିଥିଲେ ଏବଂ ପାକିସ୍ତାନକୁ ସଂପୂର୍ଣ୍ଣ ଅନ୍ଧାରରେ ରଖି ଏହାକୁ କାର୍ଯ୍ୟକାରୀ କରିବା ବହୁତ ବଡ଼ ଚ୍ୟାଲେଂଜ ଥିଲା।

‘ରାମାୟଣ, ମହାଭାରତ ଶୁଣି ପିଲାଦିନ କଟିଛି’

ୱାସିଂଟନ୍: ବାରାକ୍‌ ଓବାମା ୨୦୧୦ରେ ରାଷ୍ଟ୍ରପତି ଭାବେ ଭାରତ ଗସ୍ତ କରିଥିଲେ। ଏହା ପୂର୍ବରୁ ସେ କେବେ ବି ଭାରତ ଆସିନଥିଲେ। କିନ୍ତୁ ତାଙ୍କ କଳ୍ପନାରେ ଭାରତ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଥିଲା। ଇଣ୍ଡୋନେସିଆରେ ଓବାମାଙ୍କ ପିଲାଦିନ କଟିଥିବାବେଳେ ସେ ସମୟରେ ସେ ରାମାୟଣ ଏବଂ ମହାଭାରତ ଶୁଣିଥିଲେ। ତେଣୁ ଭାରତ ପାଇଁ ତାଙ୍କ କଳ୍ପନାରେ ଏକ ସ୍ବତନ୍ତ୍ର ସ୍ଥାନ ରହିଥିଲା। ଓବାମା ତାଙ୍କ ଜୀବନୀ ପୁସ୍ତକରେ ଲେଖିଛନ୍ତି, ପିଲାଦିନେ ସେ ଇଣ୍ଡୋନେସିଆରେ ରହୁଥିଲେ ଏବଂ ରାମାୟଣ, ମହାଭାରତ ଶୁଣି ଦିନ କାଟିଛନ୍ତି ।

ଓବାମା ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି, ଆଧୁନିକ ଭାରତ ବିଭିନ୍ନ ସମସ୍ୟା ଭିତରେ ବି ଅନେକ କ୍ଷେତ୍ରରେ ସଫଳତା ହାସଲ କରିଛି। ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତିକ୍ତତା, ସଶସ୍ତ୍ର ବିଚ୍ଛିନ୍ନତାବାଦୀଙ୍କ ଆନ୍ଦୋଳନ ଏବଂ ଦୁର୍ନୀତି ସତ୍ତ୍ବେ ଭାରତ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛି। ୯୦ ଦଶକରେ ବଜାର ଆଧାରିତ ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ସହ ଭାରତୀୟମାନଙ୍କର ଅସାଧାରଣ ଉଦ୍ୟମ ଏବଂ ପ୍ରତିଭା ସାମ୍ନାକୁ ଆସିଥିଲା ଏବଂ ଦେଶର ନିରନ୍ତର ବିକାଶ ରାସ୍ତା ଖୋଲିଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe