ଚର୍ଚାରେ ଓବାମାଙ୍କ ଜୀବନୀ ପୁସ୍ତକ

Advertisment

ରାହୁଲଙ୍କ ଯୋଗ୍ୟତା ଏବଂ ନିଷ୍ଠା କମ୍‌: ଓବାମା, ମନମୋହନସଚ୍ଚୋଟ

ରାହୁଲଙ୍କ ଯୋଗ୍ୟତା ଏବଂ ନିଷ୍ଠା କମ୍‌: ଓବାମା, ମନମୋହନସଚ୍ଚୋଟ

ଚର୍ଚାରେ ଓବାମାଙ୍କ ଜୀବନୀ ପୁସ୍ତକ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଯାଇଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ତାଙ୍କର ଆତ୍ମଜୀବନୀ ‘ଦ ପ୍ରମିସ୍‌ଡ ଲ୍ୟାଣ୍ଡ୍‌’ରେ ରାହୁଲଙ୍କୁ ନେଇ ଏଭଳି କିଛି କଥା ଲେଖିଛନ୍ତି ଯାହାକୁ ନେଇ କଂଗ୍ରେସର ଅଡ଼ୁଆ ବଢ଼ିଛି। ଓବାମା ରାହୁଲଙ୍କୁ ଜଣେ ବିବ୍ରତ ଛାତ୍ର ସହ ତୁଳନା କରିଛନ୍ତି। ଓବାମା କହିଛନ୍ତି, ରାହୁଲ ଗାନ୍ଧି ଏଭଳି ଜଣେ ଛାତ୍ର ଯାହାଙ୍କର ଜ୍ଞାନ ଏବଂ ଆଗ୍ରହ କମ୍‌। ରାହୁଲ ହୋମ୍‌ୱର୍କ କରି ଶିକ୍ଷକଙ୍କ ପ୍ରିୟଭାଜନ ହେବାପାଇଁ ଚାହାନ୍ତି କିନ୍ତୁ ବିଷୟ ଉପ‌ରେ ଦକ୍ଷତା ହାସଲ କରିବାପାଇଁ ତାଙ୍କର ଯୋଗ୍ୟତା ଓ ନିଷ୍ଠା କମ୍‌ ରହିଛି । ରାହୁଲଙ୍କୁ ଓବାମା ‘ନର୍ଭସ୍‌’ ବୋଲି କହିଛନ୍ତି।

ଓବାମାଙ୍କ ଜୀବନୀ ପୁସ୍ତକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିଷୟରେ ମଧ୍ୟ ସେ ଟିପ୍ପଣୀ କରିଛନ୍ତି। ଓବାମା‌ ତାଙ୍କ ପୁସ୍ତକରେ ମନମୋହନଙ୍କୁ ଜଣେ ଭାବଶୂନ୍ୟ ସରଳ ତଥା ସଚ୍ଚୋଟ ବ୍ୟକ୍ତି ବୋଲି କହିଛନ୍ତି। ନୂଆ ପୁସ୍ତକଟିରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ଅପେକ୍ଷା ରାଜନୈତିକ ଜୀବନ ଉପରେ ଅଧିକ ଫୋକସ୍‌ କରିଛନ୍ତି। ବିଭିନ୍ନ ଦେଶର ବହୁ ରାଜନେତାଙ୍କ ବିଷୟରେ ଏହି ପୁସ୍ତକରେ ଉଲ୍ଲେଖ ଅଛନ୍ତି। ଓବାମା ମନମୋହନଙ୍କୁ ପ୍ରଶଂସା କରି ‘ଇମ୍ପାସିଭ୍‌’ ଶବ୍ଦ ବ୍ୟବହାର କରିଥିବାରୁ ଅନେକ ଭାରତୀୟ ଏହି ଶବ୍ଦକୁ ଗୁଗଲ୍‌ରେ ସର୍ଚ୍ଚ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe