ଚର୍ଚ୍ଚାରେ ଓବାମାଙ୍କ ଫୋନ୍‌ ବ୍ୟାଙ୍କିଙ୍ଗ୍‌; ‘ହେ ଜ୍ୟାକ୍‌ସ…’

Advertisment
ଚର୍ଚ୍ଚାରେ ଓବାମାଙ୍କ ଫୋନ୍‌ ବ୍ୟାଙ୍କିଙ୍ଗ୍‌; ‘ହେ ଜ୍ୟାକ୍‌ସ…’

forbes.com

ଵାସିଂଟନ: ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ନିଜର ସହଯୋଗୀ ତଥା ତତ୍କାଳୀନ ଉପରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପାଇଁ ସମର୍ଥନ ଯୋଗାଡ଼ରେ ପୂର୍ବ ରାଷ୍ଟ୍ରପତି ବାରାକ୍‌ ଓବାମା କୌଣସି ମଉକା ହାତଛଡ଼ା କରିନାହାନ୍ତି। ସମ୍ପ୍ରତି ଫୋନ୍‌ ମାଧ୍ୟମରେ ଭୋଟ ଭିକ୍ଷା(ଫୋନ୍‌ ବ୍ୟାଙ୍କିଂ) କରିବା ଅନ୍ୟତମ ସଫଳ ମାଧ୍ୟମ ହୋଇଥିବା ବେଳେ ଆଲିସା ନାମକ ଜଣେ ଭୋଟର ଓ ତାଙ୍କ ୮ ମାସର ଶିଶୁ ସହ ଓବାମା କରିଥିବା ୨ ମିନିଟ୍‌ର ଭୋଟ ବ୍ୟାକିଂ ଟ୍ବିଟରରେ ଆଶାତୀତ ଲୋକପ୍ରିୟତା ହାସଲ କରିଥିବା ଦେଖାଯାଇଛି।

ଓବାମା ଭୋଟ୍‌ ପାଇଁ ଅନୁରୋଧ କରୁଥିବା ବେଳେ ଆଲିସାଙ୍କ ୮ ମାସର ଶିଶୁଟି ବ୍ୟସ୍ତ କରି ପକାଇଥିଲା। ତେବେ ଓବାମା ଶିଶୁକୁ ଫୋନ୍‌ ଧରାଇଦେବା ଲାଗି ଆଲିସାଙ୍କୁ କହିଥିଲେ। ତା'ପରେ ଓବାମା 'ହେ ଜ୍ୟାକ୍‌ସ, କ'ଣ ସବୁ ଚାଲିଛି' ବୋଲି ଶିଶୁକୁ ପଚାରିଥିଲେ। ଏହାପରେ ଶିଶୁକୁ ମଧ୍ୟ 'ହାଏ' କହିବା ଲାଗି ଆଲିସା କହିଥିଲେ। ଓବାମାଙ୍କ ଏହି ଭିଡିଓ କ୍ଲିପିଂ ଟ୍ବିଟରରେ ଆସିବା ପରେ ଲକ୍ଷ ଲକ୍ଷ ଅନୁଗାମୀ ଏହାକୁ ପସନ୍ଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe