ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଏଆଇ ଟୁଲ୍ ‘ଗ୍ରୋକ୍’ର ବ୍ୟାପକ ଅପବ୍ୟବହାରକୁ ନେଇ ବିଶ୍ବବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷ କରି ପୁରୁଷମାନେ ମହିଳାମାନଙ୍କ ପୋଷାକ ବଦଳାଇବା ଲାଗି ‘ଗ୍ରୋକ୍’ ନିର୍ଦ୍ଦେଶ ଦେଇ ସେହି ଛବିକୁ ପୋଷ୍ଟ କରୁଛନ୍ତି।ସୋସିଆଲ୍ ମିଡିଆରେ ମହିଳାମାନଙ୍କ ଏଭଳି ଅଶ୍ଳୀଳ, ଅଭଦ୍ର ଓ ଯୌନ ଉତ୍ତେଜକ ପୋଷ୍ଟଗୁଡ଼ିକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଛନ୍ତି। ଏ ପ୍ରସଙ୍ଗରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ‘ଏକ୍ସ’କୁ ନୋଟିସ୍ ଜାରି କରାଯାଇଛି। ଆଇଟି ଆଇନ ୨୦୦୦ ଓ ଆଇଟି ନିୟମ ୨୦୨୧ରେ ଥିବା ନିୟମ ପାଳନରେ ବିଫଳ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କମ୍ପାନିକୁ ମନେ ପକାଇ ଦେଇଛନ୍ତି।
Paddy: କଟନି ଛଟନି ବିବାଦକୁ ନେଇ ମଣ୍ଡିରୁ ୨ରୁ ୩ଦିନ ପରେ ଉଠୁଛି ଧାନ
୭୨ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ‘ଏକ୍ସ’କୁ ସରକାର କହିଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଏଆଇ ଟୁଲ୍ ‘ଗ୍ରୋକ୍’ ଜରିଆରେ ମହିଳାମାନଙ୍କ ଅଶ୍ଳୀଳ ଛବି ସୃଷ୍ଟି କରିବାର ଯେଉଁ ଧାରା ଚାଲିଛି, ସେଥିରେ ହସ୍ତକ୍ଷେପ କରିବା ପାଇଁ ସରକାରଙ୍କ ପାଖରେ ଦୃଢ଼ ମାମଲା ରହିଛି। ସୋସିଆଲ୍ ମିଡିଆ ପୋଷ୍ଟଗୁଡ଼ିକୁ ନିୟନ୍ତ୍ରଣ କରିବା ଲାଗି ଆଇନ ଆଣିବା ଉପରେ ସରକାର ବିଚାର କରୁଛନ୍ତି। ଏକ ସଂସଦୀୟ କମିଟି କଠୋର ଆଇନ ଆଣିବାକୁ ସୁପାରିସ କରିଥିବା ସେ କହିଛନ୍ତି। ‘ଗ୍ରୋକ୍’ ଜରିଆରେ ଛବି ବିକୃତ କରିବା ଧାରାର ଅଧିକ ଶିକାର ହୋଇଛନ୍ତି ମହିଳା, ଶିଶୁ ଓ ସେଲିବ୍ରିଟିମାନେ। ଏଭଳି ପୋଷ୍ଟ ମହିଳାଙ୍କ ସମ୍ମାନ ପ୍ରତି ଏକ ବଡ଼ ବିପଦ ବୋଲି କହି ତାହାକୁ ବିଶ୍ବବ୍ୟାପୀ କଡ଼ା ନିନ୍ଦା କରାଯାଉଛି। ସୋସିଆଲ୍ ମିଡିଆରେ ଏହାକୁ ନେଇ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି।
Indian Railways: ମୁମ୍ବାଇରୁ ଅହମଦାବାଦକୁ ବୁଲେଟ୍ ଟ୍ରେନରେ ୧ ଘଣ୍ଟା ୫୮ ମିନିଟ୍ ସମୟ ଲାଗିବ: କେନ୍ଦ୍ରମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/03/xxxxxxxxx-2026-01-03-01-42-53.jpg)