ସଙ୍ଗରୋଧ କେନ୍ଦ୍ରରେ ଅଶ୍ଳୀଳ ନୃତ୍ୟର ଆୟୋଜନ; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍‌

Advertisment
ସଙ୍ଗରୋଧ କେନ୍ଦ୍ରରେ ଅଶ୍ଳୀଳ ନୃତ୍ୟର ଆୟୋଜନ; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍‌

ପଟନା: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦେଶରେ ବିଗତ ୫୪ଦିନ ହେବ ଲକ୍‌ଡାଉନ୍‌ ଜାରି କରାଯାଇଛି। ଦେଶରେ କରୋନା ସଂକ୍ରମଣର ସଂଖ୍ୟା ପାଖାପାଖି ୧ଲକ୍ଷରେ ପହଞ୍ଚି ଯାଇଥିବା ବେଳେ ୩୧୦୦ରୁ ଅଧିକ ଲୋକଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି। ଏହି ଲକ୍‌ଡାଉନ୍‌ ସମୟରେ ପୁଲିସ ବି ଯେଉଁମାନେ ନିୟମ ଉଲଘଂନ କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଲୋକମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଉଛି। ଏହି କ୍ରମରେ ଏକ ସଙ୍ଗରୋଧ କେନ୍ଦ୍ର ଭିତରର ଭିଡିଓ ଓ ଫଟୋ ଭାଇରାଲ ହୋଇଛି। ଭାଇରାଲ ହୋଇଥିବା ଫଟୋ ଓ ଭିଡିଓରେ ସଙ୍ଗରୋଧ କେନ୍ଦ୍ର ଭିତରେ ଅଶ୍ଳୀଳ ନୃତ୍ୟ ହେଉଥିବା ଦେଖିବାକୁ ମିଳିଛି।

ସମସ୍ତିପୁର ଜିଲ୍ଲା ବିଭୁତିପୁର ଥାନା ଅଞ୍ଚଳସ୍ଥ ମଧ୍ୟ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ନୃତ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଶ୍ଳୀଳ ଗୀତ ବଜା ଯାଇ ନୃତ୍ୟ ପରିବେଷଣ କରାଯାଉଥିଲା। ତେବେ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଶ୍ରମିକଙ୍କୁ କରୋନା ସଂକ୍ରମିତ ସନ୍ଦେହ କରି ରଖାଯାଇଥିବା ବେଳେ ଏଭଳି ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରି କଳାକାରଙ୍କ ପ୍ରବେଶ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାହାର ଅନୁମତିରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ତାହାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଯାଇଛି।

ସୋସିଆଲ ମିଡିଆରେ ସଙ୍ଗରୋଧ କେନ୍ଦ୍ରରେ ଅଶ୍ଳୀଳ ଗୀତରେ ନୃତ୍ୟ କରାଯାଉଥିବା ଭିଡିଓ ଭାଇରାଲ ହେବା ପ୍ରସଙ୍ଗକୁ ନେଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଆମେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛୁ। ଏବଂ ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯିବ। ସେଠାରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଟିଭିର ଆୟୋଜନ କରାଯାଇଛି। ପ୍ରଶାସନ ସଙ୍ଗରୋଧ କେନ୍ଦ୍ର ଭିତରେ ବାହାରୁ କୌଣସି ମନୋରଞ୍ଜନ ପାଇଁ ଅନୁମତି ଦେଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe