Image Source-amarujala
ମୁମ୍ବାଇ : ଶିବସେନା ସଭାପତି ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଶୁକ୍ରବାର ଦିନ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍ବୋଧନ ଦେଇଛନ୍ତି। ଶିବସେନା ଭବନରେ ଏକାଠି ହୋଇଥିବା ଦଳର ଜିଲ୍ଲା ବିଭାଗ ମୁଖ୍ୟ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ଭର୍ଚୁଆଲ୍ ଭାବେ ଉଦ୍ବୋଧନ ଦେଇ ଠାକରେ କହିଛନ୍ତି, ବିଦ୍ରୋହ ସତ୍ତ୍ବେ ଦଳ ପୂର୍ବରୁ ୨ ଥର କ୍ଷମତାକୁ ଆସିଛି। ମୁଁ ସରକାରୀ ବାସଭବନ ଛାଡ଼ି ଥାଇପାରେ କିନ୍ତୁ ମୋ ଲଢ଼ିବା ଶକ୍ତିକୁ ଛାଡ଼ିନି। ଠାକ୍ରେ କହିଛନ୍ତି, ତାଙ୍କ ଖରାପ୍ ସ୍ବାସ୍ଥ୍ୟ ସତ୍ତ୍ବେ ଗତ ଅଢ଼େଇ ବର୍ଷ ହେବ ସେ କରୋନା ମହାମାରୀ ସହ ଲଢ଼ିଛନ୍ତି। କିନ୍ତୁ ବିରୋଧୀମାନେ ଏହି ସ୍ଥିତିର ଫାଇଦା ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ସମୟରେ ଶିବସେନା ନେତା ଏବଂ ମନ୍ତ୍ରୀ ଆଦିତ୍ୟ ଠାକରେ ମଧ୍ୟ ଶିବସେନା ଭବନରେ ଉପସ୍ଥିତ ଥିଲେ।
ଠାକରେ କହିଛନ୍ତି, ଏକନାଥ ସିନ୍ଦେଙ୍କ ପାଇଁ ମୁଁ ସବୁକିଛି କରିଛି। ଏକନାଥ ସିନ୍ଦେଙ୍କ ପୁଅ ଜଣେ ଶିବସେନା ସାଂସଦ। ସିନ୍ଦେଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଦେଇଛି। କିନ୍ତୁ ସେ ମୋ ବିରୋଧରେ ବିଭିନ୍ନ ଅଭିଯୋଗ ଆଣୁଛନ୍ତି। ମୁଁ କ୍ଷମତା ଲୋଭି ନୁହେଁ। ଯେଉଁ ଲୋକମାନେ କହୁଥିଲେ ଶିବସେନା ପାଇଁ ଜୀବନ ଦେଇଦେବୁ ଆଜି ସେମାନେ ଅନ୍ୟତ୍ର ଚାଲି ଯାଇଛନ୍ତି। ବିଦ୍ରୋହୀ ବିଧାୟକମାନେ ଶିବସେନାକୁ ଭାଙ୍ଗିଦେବାପାଇଁ ଚେଷ୍ଟା ଚଳାଇଛନ୍ତି। ଯଦି ସେମାନଙ୍କର ସାହସ ଅଛି ତେବେ ସେମାନେ ବାଲାସାହେବ ଏବଂ ଶିବସେନାର ନାଁ ନନେଇ ଆଗକୁ ବଢ଼ନ୍ତୁ। ଅନ୍ୟପକ୍ଷେ ଶିବସେନା ପକ୍ଷରୁ ଆଜି ସେନା ଭବନରେ ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକ ଡକାଯାଇଛି। ଅପରାହ୍ନ ୧ଟାରେ ବୈଠକ ହେବ।
Follow Us