କରୋନା ନେଲା ଆଉ ଜଣେ ପ୍ରବାସୀ ଓଡ଼ିଆଙ୍କ ମୁଣ୍ଡ

Advertisment
କରୋନା ନେଲା ଆଉ ଜଣେ ପ୍ରବାସୀ ଓଡ଼ିଆଙ୍କ ମୁଣ୍ଡ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଗ୍ରାଫ୍ ଦିନକୁ ଦିନ ବୃଦ୍ଧ ପାଉଥିବା ବେଳେ ଆଜି ଆଉ ଜଣେ ପ୍ରବାସୀ ଓଡ଼ିଆ ତଥା ଦିଲ୍ଲୀ ସ୍ଥିତ ଉତ୍କଳ ଦୁର୍ଗାପୂଜା କମିଟିର ଉପସଭାପତି ପ୍ରେମାନନ୍ଦ ସ୍ୱାଇଁଙ୍କର କରୋନାରେ ମୃତ୍ୟୁ ଘଟିଛି। ଶ୍ରୀ ସ୍ୱାଇଁ କରୋନା ସଂକ୍ରମିତ ହେବାର ୪ ଦିନ ପରେ ତାଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇଯାଇଥିଲା। ଦିଲ୍ଲୀର କୌଣସି ସରକାରୀ ଡାକ୍ତରଖାନାରେ ଶଯ୍ୟା ଉପଲବ୍ଧ ନହେବା ଯୋଗୁଁ ତାଙ୍କୁ ଗତ କାଲି ଜନକପୁରୀ ସ୍ଥିତ ପଙ୍ଖା ରୋଡ ସ୍ଥିତ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଓଡ଼ିଶାର ଜଗତସିଂହପୁର ଜିଲା ନାଉଗାଁ ଅଞ୍ଚଳର ପ୍ରେମାନନ୍ଦ ସ୍ୱାଇଁ ଗତ ୨୫ ବର୍ଷରୁ ଦିଲ୍ଲୀରେ ପ୍ରିଣ୍ଟିଂ ବ୍ୟବସାୟ କରୁଥିଲେ। ଶ୍ରୀ ସ୍ୱାଇଁଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ପୁତ୍ର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। କରୋନା ସଂକ୍ରମଣରୁ ବର୍ତ୍ତମାନ ସୁଦ୍ଧା ୬ ଜଣ ପ୍ରବାସୀ ଓଡ଼ିଆଙ୍କର ମୃତ୍ୟୁ ହୋଇଛି। ଅନେକ ପ୍ରବାସୀ ଓଡ଼ିଆ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଡାକ୍ତରଖାନାରେ ଶଯ୍ୟା ତଥା ଅକ୍ସିଜେନ୍ ନ ମିଳିବା ତାଙ୍କର ଚିନ୍ତାକୁ ଦ୍ୱିଗୁଣିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe