Odia girl murdered: ଉତ୍ତରାଖଣ୍ଡରେ ଓଡ଼ିଆ ଯୁବତୀଙ୍କୁ ହତ୍ୟା

ଉତ୍ତରାଖଣ୍ଡର ଉଦ୍ଧାମ ସିଂହ ନଗର ଅଞ୍ଚଳରେ ଜଣେ ୨୩ ବର୍ଷୀୟା ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ଗଳାଚିପି ହତ୍ୟା କରାଯାଇଛି। ଅପରାଧ ଲୁଚାଇବା ପାଇଁ ପୀଡ଼ିତାଙ୍କ ଶବକୁ ନଦୀରେ ଫିଙ୍ଗି ଦିଆଯାଇଥିବା ବେଳେ ପୁଲିସ ଆଜି ଶବ ଉଦ୍ଧାର କରିଛି।

Dead

Young man dead in stone attack in Dhenkanal. Photograph: (sambad)

ଡେରାଡୁନ: ଉତ୍ତରାଖଣ୍ଡର ଉଦ୍ଧାମ ସିଂହ ନଗର ଅଞ୍ଚଳରେ ଜଣେ ୨୩ ବର୍ଷୀୟା ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ଗଳାଚିପି ହତ୍ୟା କରାଯାଇଛି। ଅପରାଧ ଲୁଚାଇବା ପାଇଁ ପୀଡ଼ିତାଙ୍କ ଶବକୁ ନଦୀରେ ଫିଙ୍ଗି ଦିଆଯାଇଥିବା ବେଳେ ପୁଲିସ ଆଜି ଶବ ଉଦ୍ଧାର କରିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ପୀଡ଼ିତାଙ୍କ ଘରମାଲିକଙ୍କ ପୁଅ ଅମିତକୁ ପୁଲିସ ଗିରଫ କରିଛି।  ଅନ୍ୟତମ ଅଭିଯୁକ୍ତ ସୁମିତ (ଅମିତର ଭାଇ) ଏପର୍ଯ୍ୟନ୍ତ ଫେରାର ଅଛି।

ଲାଲପୁରରେ ଏକ ଘରୋଇ କମ୍ପାନିରେ ଏଚ୍‌ଆର୍‌ ବିଭାଗରେ ଇଣ୍ଟର୍ନସିପ୍‌ କରୁଥିବା ଏହି ଯୁବତୀ ଗତ ୪ ତାରିଖ ଅପରାହ୍ନ ୨:୩୦ରେ ଅଫିସ୍‌ରୁ ଫେରି ତାଙ୍କ ଭଡ଼ା ଘରକୁ ଯାଇଥିଲେ। ଘରମାଲିକ ଓ ତାଙ୍କ ପତ୍ନୀ ସେଦିନ ଅନୁପସ୍ଥିତ ଥିବାବେଳେ ଅମିତ ଏକୁଟିଆ ଘରେ ଥିଲା। ଜେରା ବେଳେ ଅମିତ ସ୍ୱୀକାର କରିଛି ଯେ ସେ ପୀଡ଼ିତାଙ୍କୁ ନିଜ କୋଠରୀକୁ ଡାକି ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା ଏବଂ ସେ ଏହାର ପ୍ରତିରୋଧ କରିବାରୁ ଗଳା ଚିପି ହତ୍ୟା କରିଥିଲା। ହତ୍ୟାକାଣ୍ଡ ଘଟାଇବା ପରେ ଅମିତ ତା’ ଭାଇ ସୁମିତକୁ ଫୋନ କରି ଡକାଇଥିଲା। ଦୁଇ ଭାଇ  ଶବକୁ ଚଦରରେ ଗୁଡ଼ାଇ ଶ୍ରୀପୁର ଓ ମହାରାଜପୁର ଗାଁ ମଧ୍ୟରେ ବହୁଥିବା ବାରୌର ନଦୀରେ ଫିଙ୍ଗି ଦେଇଥିଲେ।

ପୀଡ଼ିତାଙ୍କ ସହ କୌଣସି ଯୋଗାଯୋଗ ସମ୍ଭବ ନହେବାରୁ ରାୟଗଡ଼ାର ଜେକେପୁରରେ ରହୁଥିବା ପରିବାର ଲୋକେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ କରିଥିଲେ। ନୋଏଡାରେ ରହୁଥିବା ପୀଡ଼ିତାଙ୍କ ଜଣେ ସଂପର୍କୀୟ ଏ ନେଇ ଉତ୍ତରାଖଣ୍ଡ ପୁଲିସକୁ ଖବର ଦେଇଥିଲେ। ପୁଲିସ ବ୍ୟାପକ ଖୋଳତାଡ଼ କରିବା ବେଳେ ସିସିଟିଭିରେ ଦୁଇଭାଇ ମଧ୍ୟରାତ୍ରିରେ ବାଇକ୍‌ରେ କିଛି ବୋହି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ଅମିତର ଗିରଫକୁ ତ୍ୱରାନ୍ୱିତ କରିଥିଲା। ଜେରା ବେଳେ ସେ ପୀଡ଼ିତାଙ୍କୁ ଗଳାଚିପି ହତ୍ୟା କରିଥିବା ଓ ଭାଇ ସହାୟତାରେ ଶବକୁ ନଦୀରେ ଫିଙ୍ଗିଥିବା ସ୍ବୀକାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe