ସଂସଦରେ ଓଡ଼ିଶା ପ୍ରସଙ୍ଗ : ଓବିସି, ଏସ୍‌ଇବିସି ୱାରି ଜନଗଣନା ପାଇଁ ସସ୍ମିତଙ୍କ ଦାବି

Advertisment

ମାଓପ୍ରବଣ ଇଲାକାରେ ଅତିରିକ୍ତ ବାଟାଲିଅନ ମୁତୟନ ପାଇଁ ପ୍ରଶାନ୍ତଙ୍କ ଦାବି

ମାଓପ୍ରବଣ ଇଲାକାରେ ଅତିରିକ୍ତ ବାଟାଲିଅନ ମୁତୟନ ପାଇଁ ପ୍ରଶାନ୍ତଙ୍କ ଦାବି

ଶେଷ ହେଲା ସଂସଦର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ: ଏକାଧିକ ରାଜ୍ୟ ପ୍ରସଙ୍ଗ ଉପସ୍ଥାପନ କରିଛି ବିଜେଡି

livemint.com

ନୂଆଦିଲ୍ଲୀ : ୨୦୨୧ ମସିହା ସାଧାରଣ ଜନଗଣନା ସମୟରେ ଏସ୍‌ଇବିସି ଏବଂ ଓବିସି ଭିତ୍ତିକରି ଜନଗଣନା କରିବା ପାଇଁ ବିଜେଡି ଆଜି ସଂସଦରେ ଦାବି କରିଛି। ରାଜ୍ୟସଭ‌ାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗନେଇ ସାଂସଦ ସସ୍ମିତ ପାତ୍ର ଏହି ଦାବି କରିଛନ୍ତି।

ସାଂସଦ ଶ୍ରୀ ପାତ୍ର କହିଛନ୍ତି ଯେ, ଏନେଇ ରାଜ୍ୟ କ୍ୟାବିନେଟରେ ଏକ ସଙ୍କଳ୍ପ ଗୃହୀତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ାଯାଇଥିଲା। ସାଂସଦ ଶ୍ରୀ ପାତ୍ର ମଧ୍ୟ ଆହୁରି କେତେକ ପ୍ରସଙ୍ଗ ଉତ୍‌ଥାପନ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ୨୦ ହଜାର କୋଟି ଟଙ୍କା କେନ୍ଦ୍ରକୁ କ୍ଲିନ ଏନେର୍ଜି ସେସ୍ ବାବଦରେ ଦେଉଥିବାବେଳେ ସେଥିରୁ ଗୋଟିଏ ଟଙ୍କା ମଧ୍ୟ ମିଳୁନାହିଁ। ୨୦୧୪ ରୁ କୋଇଲା ରୟାଲିଟି ସଂଶୋଧନ ନ ହେବା ଯୋଗୁଁ ପ୍ରତ୍ୟେକ ବର୍ଷ ୨ ହଜାର କୋଟି ଟଙ୍କା ରାଜ୍ୟକୁ କ୍ଷତି ସହିବାକୁ ପଡୁଛି। ଏ ସବୁ ପ୍ରସଙ୍ଗରେ କେନ୍ଦ୍ର ସରକାର ଦୃଷ୍ଟିଦେବାର ଆବଶ୍ୟକତା ରହିଛି ବୋଲି ସାଂସଦ ଶ୍ରୀ ପାତ୍ର କହିଛନ୍ତି। ଏଥିସହିତ, ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍ ରାଜ୍ୟ ଭାବେ ଘୋଷଣା କରାଯାଇ ସହାୟତା ପ୍ରଦାନ କରିବା ପାଇଁ ସେ ଦାବି କରିଥିଲେ।

publive-image Image Source: India Today

ମାଓପ୍ରବଣ ଇଲାକାରେ ଅତିରିକ୍ତ ବାଟାଲିଅନ ମୁତୟନ ପାଇଁ ପ୍ରଶାନ୍ତଙ୍କ ଦାବି
ନୂଆଦିଲ୍ଲୀ : ଆଜି ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ମାଓ ପ୍ରବଣ ଇଲାକାରେ ମାଓ ବିରୋଧୀ ଅଭିଯାନ ପାଇଁ କେନ୍ଦ୍ରୀୟ ଆର୍ମ‌୍ଡ ପୁଲିସ୍ ଫୋର୍ସ (ସିଏପିଏଫ୍)ର ୨ଟି ଅତିରିକ୍ତ ବାଟାଲିଅନ ମୁତୟନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଓଡ଼ିଶା ଓ ଛତିଶଗଡ଼ ମାଓ ପ୍ରବଣ ସୀମାବର୍ତ୍ତୀ ଇଲାକାରେ ସିଏପିଏଫ୍‌ ମୁତୟନ ସଂଖ୍ୟା କମ୍‌ ଥିବାରୁ ହିଂସା ଘଟାଇ ସିପିଆଇ (ମାଓବାଦୀ) କ୍ୟାଡର ଖସି ପଳାଇବାର ସୁଯୋଗ ପାଉଛନ୍ତି। ତେଣୁ ଏହି ଇଲାକାରେ ପର୍ଯ୍ୟାପ୍ତ ସଂଖ୍ୟାରେ ସିଏପିଏଫ୍ ମୁତୟନ କରାଯିବାର ଆବଶ୍ୟକତା ରହିଛି। ଜରୁରୀ ଭିତ୍ତିରେ ଅତି କମ୍‌ରେ ସିଏପିଏଫ୍‌ର ୨ଟି ଅତିରିକ୍ତ ବାଟାଲିଅନର ଆବଶ୍ୟକତା ରହିଛି ବୋଲି ସାଂସଦ ଶ୍ରୀ ନନ୍ଦ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe