Advertisment

କନିଷ୍ଠା ଓଡ଼ିଆ ଲେଖିକା ଅନନ୍ତିନୀଙ୍କୁ ସମ୍ବର୍ଦ୍ଧିତ କଲେ ଦିଲ୍ଲୀ ମେୟର

Advertisment
କନିଷ୍ଠା ଓଡ଼ିଆ ଲେଖିକା ଅନନ୍ତିନୀଙ୍କୁ ସମ୍ବର୍ଦ୍ଧିତ କଲେ ଦିଲ୍ଲୀ ମେୟର

ନୂଆଦିଲ୍ଲୀ: ମାତ୍ର ୧୦ ବର୍ଷ ବୟସରେ ପ୍ରଥମ ପୁସ୍ତକ ଟ୍ରେଜର ଅଫ ସର୍ଟ ଷ୍ଟୋରିଜ ରଚନା କରି ଖ୍ୟାତି ଅର୍ଜନ କରିଥିବା ଓଡିଆ ଝିଅ ଅନନ୍ତିନୀ (ଝୁମ୍ପା) ମିଶ୍ରଙ୍କୁ ଭୂୟସୀ ପ୍ରଶଂସା କରିମା ସହିତ ତାଙ୍କୁ ସମ୍ବଦ୍ଧିତ କରିଛନ୍ତି ଦିଲ୍ଲୀ ମେୟର ଡଃ ସେଲି ଓବରଏ। ଦିଲ୍ଲୀ ମେୟରଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ପ୍ରେସ ରିଲିଜରେ ଅନନ୍ତିନୀଙ୍କ କ୍ଷୁ୍ଦ୍ର ଗଳ୍ପ ଲେଖିବା ତଥା ତାଙ୍କର ସୃଜନଶୀଳତା ତଥା ଭାଷା ଓ ସାହିତ୍ୟର ତାଙ୍କର  ପ୍ରଚାର ଓ ପ୍ରସାରର ସମର୍ପିତ ମନୋଭାବକୁ ପ୍ରଂଶସା କରାଯାଇଛି।ଦିଲ୍ଲୀ ମେୟର ଅନନ୍ତିନୀଙ୍କ ସାହିତ୍ୟ କ୍ଷେତ୍ରରେ ଉପଲବ୍ଧି ଯୁବ ପିଢିଙ୍କୁ ପ୍ରତ୍ସୋହିତ କରିବ ବୋଲି  ଡଃ ଓବରଏ ଆଶା ପ୍ରକାଶ କରିଛନ୍ତି।

ଅନନ୍ତିନୀ ଦିଲ୍ଲୀ ମେୟରଙ୍କୁ ସାକ୍ଷାତ କରିବା ଅବସରରେ ତାଙ୍କର ଲିଖିତ  ସଦ୍ୟତମ ପୁସ୍ତକ କ୍ରସ ଫାୟାର ପ୍ରଦାନ କରିଥିଲେ। ଦିଲ୍ଲୀର ମଦର ଇଣ୍ଟରନ୍ୟାସନାଲ ସ୍କୁଲରେ ଏକାଦଶ  ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀ ଅନନ୍ତିନୀଙ୍କୁ ଦିଲ୍ଲୀ ମେୟର ସାହିତ୍ୟ କ୍ଷେତ୍ରରେ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିବା ସହିତ ଅନନ୍ତିନୀଙ୍କୁ ଆର୍ଶୀବାଦ କରିଥିଲେ।

ଉଲ୍ଲେଖଯୋଗ୍ୟ, ଜଣେ କନିଷ୍ଠା ଲେଖିକା ଭାବେ ଅନିନ୍ତନୀଙ୍କ ଲେଖନ ଶୈଳୀ ତଥା ତାଙ୍କର ପ୍ରତିଭାକୁ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ସ୍ବୀକୂତି ମଳିଛି।ଏକାଧିକ ଅନ୍ତର୍ଜାତୀୟ ସାହିତ୍ୟ ସମାରୋହରେ ସେ ସର୍ବ କନିଷ୍ଠା ବକ୍ତାରୁପେ ଆମନ୍ତ୍ରିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe