ଗାଜିପୁର ସୀମା ଧାରଣାସ୍ଥଳୀରେ ଏକତ୍ରିତ ହେଲେ ଓଡ଼ିଶାର ୫୦୦ରୁ ଊର୍ଧ୍ବ ଚାଷୀ

Advertisment
ଗାଜିପୁର ସୀମା ଧାରଣାସ୍ଥଳୀରେ ଏକତ୍ରିତ ହେଲେ ଓଡ଼ିଶାର ୫୦୦ରୁ ଊର୍ଧ୍ବ ଚାଷୀ

ନୂଆଦିଲ୍ଲୀ:  ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ନବନିର୍ମାଣ ସଂଗଠନ ନେତୃତ୍ୱରେ ଓଡ଼ିଶାରୁ ୫ ଶହରୁ ଊର୍ଧ୍ବ ଚାଷୀ ଗାଜିପୁର ସୀମା ଧାରଣାସ୍ଥଳୀରେ ପହଞ୍ଚିଛନ୍ତି। ୨୨ ତାରିଖରୁ ଓଡ଼ିଶାରୁ ଆସିଥିବା ଚାଷୀମାନେ କୃଷକ ଆନ୍ଦୋଳନରେ ସାମିଲ ହେବା ସହିତ ମୋଦୀ ସରକାରଙ୍କ ଦ୍ୱାରା ଅଣାଯାଇଥିବା ତିନୋଟି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି ତୀବ୍ର କରିଛନ୍ତି।

ଆଗକୁ ଆନ୍ଦୋଳନକୁ ଶକ୍ତିଶାଳୀ କରାଯିବ ବୋଲି ଓଡ଼ିଶାରୁ ପହଞ୍ଚିଥିବା କୃଷକମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଆସନ୍ତାକାଲି କୃଷକମାନଙ୍କର ପ୍ରସ୍ତାବିତ ଟ୍ରାକ୍ଟର ଶୋଭାଯାତ୍ରାର ପ୍ରସ୍ତୁତିରେ ଓଡ଼ିଶାର କୃଷକମାନେ ସାମିଲ ହେବା ସହିତ ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାର ପ୍ରତ୍ୟେକ ଶୋଭାଯାତ୍ରାରେ ଯୋଗଦାନ କରିବେ।

ଦିଲ୍ଲୀର ଆନ୍ଦୋଳନକାରୀ କୃଷକ ସଂଗଠନର ଜାତୀୟ ସଂଯୋଜକ ତଥା ସଂଯୁକ୍ତ କୃଷକ ମୋର୍ଚ୍ଚାର କାର୍ଯ୍ୟାକାରୀ ସଦସ୍ୟ ଅକ୍ଷୟ କୁମାର ଆସନ୍ତାକାଲି ଟ୍ରାକ୍ଟର ଶୋଭାଯାତ୍ରାକୁ ସଫଳ କରିବା ନେଇ ଆଜି ବିଚାର ବିମର୍ଷ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe