ଓଡ଼ିଶା: ୭୪% ମହିଳା ଆପଣାଇଛନ୍ତି ଗର୍ଭନିରୋଧକ ପଦ୍ଧତି

ଏନ୍‌ଏଫ୍‌ଏଚ୍‌ଏସ୍‌-୫ ସର୍ଭେ ରିପୋର୍ଟ

ଓଡ଼ିଶା: ୭୪% ମହିଳା ଆପଣାଇଛନ୍ତି ଗର୍ଭନିରୋଧକ ପଦ୍ଧତି

Scroll.in

ନୂଆଦିଲ୍ଲୀ : ଓଡ଼ିଶାରେ ୧୫ ରୁ ୪୯ ବର୍ଷର ୭୪ ପ୍ରତିଶତ ବିବାହିତା ମହିଳା ଗର୍ଭନିରୋଧକ ପଦ୍ଧତି ଆପଣାଇଛନ୍ତି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌)-୫ ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦୧୯ ରୁ ୨୦୨୧ ବର୍ଷ ପାଇଁ ଏହି ସର୍ଭେ କରାଯାଇଛି। ଓଡ଼ିଶା ଭଳି ପଶ୍ଚିମବଙ୍ଗ ଓ ହିମାଚଳ ପ୍ରଦେଶର ୭୪ ପ୍ରତିଶତ ମହିଳା ମଧ୍ୟ ଗର୍ଭନିରୋଧକ ପଦ୍ଧତି ଆପଣାଇଛନ୍ତି। କେନ୍ଦ୍ର ଶାସିତ ଅଂଚଳ ଚଣ୍ଡିଗଡ଼ ଓ ଦିଲ୍ଲୀରେ ୭୭ ପ୍ରତିଶତ ମହିଳା ଗର୍ଭନିରୋଧକ ପଦ୍ଧତି ଆପଣାଇଥିବା ରିପୋର୍ଟରେ କୁହାଯାଇଛି। ଓଡ଼ିଶାରେ ମହିଳାମାନଙ୍କ ମଧ୍ୟରୁ ୪୮ ପ୍ରତିଶତ ଆଧୁନିକ ଗର୍ଭନିରୋଧକ ପଦ୍ଧତି ଆପଣାଉଥିବା ବେଳେ ୨୫.୪ ପ୍ରତିଶତ ପାରମ୍ପରିକ ପଦ୍ଧତି ଗ୍ରହଣ କରିଛନ୍ତି। ବନ୍ଧ୍ୟାକରଣ ପଦ୍ଧତିକୁ ସର୍ବାଧିକ ମହିଳା ଗ୍ରହଣ କରୁଛନ୍ତି। ଦେଶରେ ୩୮ ପ୍ରତିଶତ ବିବାହିତା ମହିଳା ବନ୍ଧ୍ୟାକରଣ ପଦ୍ଧତି ଆପଣାଇଥିବା ବେଳେ ଓଡ଼ିଶାରେ ଏହି ହାର ରହିଛି ୨୮ ପ୍ରତିଶତ।

ଏହା ବାଦ୍‌ ୧୦.୮ ପ୍ରତିଶତ ମହିଳା ପିଲ୍‌, ୨.୬ ପ୍ରତିଶତ ଆଇୟୁଡି, ୫.୫ ପ୍ରତିଶତ କଣ୍ଡୋମର ଉପଯୋଗ କରୁଛନ୍ତି। ରିପୋର୍ଟରେ କେତେକ କୌତୁହଳ ତଥ୍ୟ ଉଲ୍ଲେଖ କରାଯାଇଛି। ତାହା ହେଲା, ଓଡ଼ିଶାର ୧୯.୪ ପ୍ରତିଶତ ପୁରୁଷ କହିଛନ୍ତି, ଗର୍ଭନିରୋଧକ ପଦ୍ଧତି ଆପଣାଇବା ମହିଳାଙ୍କ କାମ,ଏଥିରେ ପୁରୁଷମାନଙ୍କ ଚିନ୍ତାକରିବାର ଆବଶ୍ୟକତା ନାହିଁ। ରାଜ୍ୟର ୭.୧ ପୁରୁଷଙ୍କ କହିବା ଅନୁସାରେ ଗର୍ଭନିରୋଧ ଆପଣାଉଥିବା ମହିଳା ବ୍ୟଭିଚାରୀ ହୋଇପାରିବେ। ଓଡ଼ିଶାର ୬୭.୮ ପ୍ରତିଶତ ପୁରୁଷ କହିଛନ୍ତି, କଣ୍ଡୋମ୍‌କୁ ସଠିକ ଉପଯୋଗ କଲେ ଏହା ଅଧିକାଂଶ ସ୍ଥଳେ ଗର୍ଭଧାରଣରୁ ରକ୍ଷା କରିଥାଏ। ଏନ୍‌ଏଫ୍‌ଏଚ୍‌ଏସ୍‌ - ୫ ରିପୋର୍ଟ ପାଇଁ ଦେଶର ୨୮ ଟି ରାଜ୍ୟ ଓ ୮ ଟି କେନ୍ଦ୍ର ଶାସିତ ଅଂଚଳର ୭୦୭ ଜିଲ୍ଲାରୁ ପାଖାପାଖି ୬.୩୭ ଲକ୍ଷ ନମୁନା ନିଆଯାଇଛି। ସର୍ଭେରେ ମୋଟ ୭,୨୪,୧୧୫ ମହିଳା ଏବଂ ୧,୦୧,୮୩୯ ପୁରୁଷଙ୍କ ମତାମତ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe